ଘର କାନ୍ଥ ଭାଙ୍ଗିଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ପରିବାର
ବଣାଇ: ସୁନ୍ଦରଗଡ ଜିଲ୍ଲା ବଣାଇର କୁଳିପୋଷ ଏବଂ ବାଙ୍କି ରେଞ୍ଜରେ ହାତୀ ଉତ୍ପାତ। ୮ଦିନ ହେଲାଣି ଗୋଟିଏ ଦନ୍ତା ହାତୀ ଉତ୍ପାତ ଚଳାଇଛି । ବୁଧବାର ରାତିରେ କେନ୍ଦ୍ରିକଳା ପଞ୍ଚାୟତର ନୂଆ ଗାଁ , ସତିଆଢିପ, ବାବୁନୂଆଗାଁ, ବୁଢିଆଳି ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଘର ଭାଙ୍ଗିବା ସହ ବସ୍ତା ବସ୍ତା ଚାଉଳ ଖାଇ ବ୍ୟାପକ ଆସବାବପତ୍ର ନଷ୍ଟ କରିଛି। ଘର କାନ୍ଥ ଭାଙ୍ଗିଥିବାରୁ ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବାରମ୍ବାର ଏସବୁ ଅଞ୍ଚଳରେ ହାତୀଙ୍କ ଦୌରାତ୍ମ୍ୟ ଦେଖାଦେଉଥିଲେ ମଧ୍ୟ ହାତୀ ଘଉଡାଇବାରେ ବନ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଛି । ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
Powered by Froala Editor