ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ବର: ବରଗଡ ଜିଲ୍ଲା ପାଇକମାଳ ଥାନା ମାଣ୍ଡୋସିଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମାଣ୍ଡୋସିଲି ଗାଁର ହୋଇଥିବା ସୂଚନା ମିଳିଛି। ଆଜି ସକାଳେ କିଛି ସ୍ଥାନୀୟ ଲୋକ ରାସ୍ତାରେ ଯାଉଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଖବର ଦେବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି। ମଙ୍ଗବାର ବିଳମ୍ବିତ ରାତିରେ ଯୁବକ ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
Powered by Froala Editor