ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର
ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ଘଟିଛି ବଡ଼ ଅଘଟଣ । ପହଣ୍ଡି ବେଳେ ତଳକୁ ଖସିଗଲେ ମହାପ୍ରଭୁ ବଳଭଦ୍ର । ଠାକୁର ରଥର ସିଂହାସନରୁ ଓହ୍ଲାଇବା ପରେ ଟାହିଆ ଲାଗି ପହଣ୍ଡି ଆରମ୍ଭ ହୋଇଥିଲା। କିନ୍ତୁ ଠାକୁର କିଛିବାଟ ଆସିବା ପରେ ତଳକୁ ଖସି ପଡିଥିଲେ। ପାଖରେ ଥିବା ସେବକମାନେ ଠାକୁରଙ୍କୁ ସିଧା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ, ଏହା ସମ୍ଭବ ହୋଇ ନ ଥିଲା। ପହଣ୍ଡିରେ ସାମିଲ ହୋଇଥିବା କେତେକ ସେବାୟତ ଆହତ ହୋଇଛି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
ସନ୍ଧ୍ୟା ବେଳେ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ଘଣ୍ଟୁଆଙ୍କ ଘଣ୍ଟ ମାଡ଼ର ତାଳେ ତାଳେ ସେବାୟତମାନେ ଗୋଟି ପହଣ୍ଡିରେ ବଡ଼ ଠାକୁରଙ୍କୁ ନେଇଯାଉଥିଲେ। ହେଲେ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଡ଼ ଠାକୁର। ବହୁ କଷ୍ଟରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇ ଦେଇଥିଲେ। ହେଲେ ନିଜକୁ ଆଉ ସମ୍ଭାଳି ପାରିନଥିଲେ। ସେମାନେ ରଥ ତଳକୁ ଖସି ପଡ଼ିଥିଲେ।
୨୦୨୩ ରଥଯାତ୍ରା ସମୟରେ ଆଡପ ପହଣ୍ଡିରେ ମଧ୍ୟ ଗୁରୁତର ତ୍ରୁଟି ଦେଖାଦେଇଥିଲା । ପହଣ୍ଡି ବେଳେ ଚାରମାଳ ଉପରେ ଡାହାଣ ପାଶର୍ବକୁ ଢଳିପଡିଥିଲେ ମହାପ୍ରଭୁ ଜଗନ୍ନାଥ । ମସ୍ତକରେ ଲାଗିଥିବା ଚିତା ବି ଖସି ପଡ଼ିଥିଲା ।
Powered by Froala Editor