ଭିତରକନିକା ଜଙ୍ଗଲ ଜମିରେ ବେଆଇନ ହୋଟେଲ !
ଏଣିକି ଭିତରକନିକା ନିକଟରେ ଜଙ୍ଗଲ ଜମିରୁ ହଟିବ ଜବରଦଖଲ । ଆରମ୍ଭ ହୋଇଯାଇଛି ପ୍ରଶାସନିକ ତଦନ୍ତ । ରିପୋର୍ଟ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଥାଳ ଗ୍ରାମ ଭିତରକନିକା ମୁଖ୍ୟ ଗେଟ୍ ନିକଟରୁ ଅଳ୍ପ ଦୂରରେ ଥିବା ହୋଟେଲ ସ୍ୱାଦ୍ ଜଙ୍ଗଲ ଜମି ଜବରଦଖଲ କରି ତିଆରି ହୋଇଥିଲା । ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଶେଷରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୋଗର ଖୋଳତାଡ଼ ଆରମ୍ଭ ହୋଇଛି ।
ପ୍ରଶାସନିକ ଅଧିକାରୀମାନେ ହୋଟେଲ ସ୍ୱାଦ ନିକଟରେ ପହଞ୍ôଚ ପୁଲିସ ଫୋର୍ସ ସହଯୋଗରେ ହୋଟେଲର ଅବସ୍ଥିତି ନେଇ ମାପଚୁପ କରିଛନ୍ତି । ଏହି ହୋଟେଲର ଜାଗା ବାଙ୍କୁଥାଳ ମୌଜାର ଖାତା ନଂ. ୬/୧, ପ୍ଲଟ୍ ନଂ. ୩୫, ରକବା ୨୪ ଡେସିମିଲ ସୂର୍ଯ୍ୟ ନାରାୟଣ ଲେଙ୍କାଙ୍କ ନାମରେ ଥିବା ବେଳେ ହୋଟେଲଟି ତାଙ୍କ ପତ୍ନୀଙ୍କ ନାମରେ ରହିଛି । ମାପଚୁପ ପରେ ପ୍ରାୟ ୨୫ ଡେସିମିଲ ଜମି ଜବରଦଖଲ ହୋଇଥିବା ଜଣାପଡ଼ିଛି ।
ଜବରଦଖଲରେ ଥିବା ହୋଟେଲ ସ୍ଥାନ ଜଙ୍ଗଲ କିସମ ଜମି ରହିଥିବା ରାଜନଗର ତହସିଲଦାର ସ୍ୱୀକାର କରିଛନ୍ତି । ଜବରଦଖଲ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରମାଣ ସହ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି ।
ଅପରପକ୍ଷରେ ଆହୁରି ଥଧିକ ଜଙ୍ଗଲ ଜମି ଜବରଦଖଲରେ ରହିଛି ବୋଲି ଡାଙ୍ଗମାଳ ପଞ୍ଚାୟତର କେତେକ ଲୋକ ଅଭିଯୋଗ କରିଛନ୍ତି । ଆଖପାଖ ଥଞ୍ଚଳରେ ଜଙ୍ଗଲ ଜମିକୁ ଜବରଦଖଲ କରି ଅନେକ ବେଆଇନ ନିର୍ମାଣ କାର୍ଯ୍ୟ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଭିତରକନିକା ଏକ ଇକୋ ଫ୍ରେଣ୍ଡଲି ସ୍ଥାନ । କିନ୍ତୁ ଧୀରେ ଧୀରେ ଏଠାରେ ଜବରଦଖଲ ବଢିବା ସହ ବେଆଇନ କାର୍ଯ୍ୟକଳାପ ଜାରି ରହିଛି । ଏସବୁର ତଦନ୍ତ କରାଗଲେ ବହୁ ବେଆଇନ କାର୍ଯ୍ୟ ପଦାକୁ ଆସିପାରନ୍ତା ବୋଲି ଲୋକମାନେ କହିଛନ୍ତି । ଆ
Powered by Froala Editor