ରାଜ୍ୟରେ ଆଉ ୩୬୫୦ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇଛି । ରାଜ୍ୟରେ ଆଉ ୩୬୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୦୯୮ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୫୫୨ ଜଣ ସଂକ୍ରମିତ ହୋଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୧୨, ବାଲେଶ୍ୱରରେ ୨୭୮, ବରଗଡରେ ୪୫, ଭଦ୍ରକରେ ୧୭୦, ବଲାଙ୍ଗୀରରେ ୧୬, ବୌଦ୍ଧରେ ୪୧, କଟକରେ ୪୮୫, ଦେବଗଡରେ ୪, ଢେଙ୍କାନାଳରେ ୧୧୦, ଗଜପତିରେ ୮, ଗଞ୍ଜାମରେ ୧୪, ଜଗତସିଂହପୁରରେ ୧୩୮, ଯାଜପୁରରେ ୩୩୨, ଝାରସୁଗୁଡ଼ାରେ ୮, କଳାହାଣ୍ଡିରେ ୨୩, କନ୍ଧମାଳରେ ୨୬, କେନ୍ଦ୍ରାପଡ଼ାରେ ୧୦୬, କେନ୍ଦୁଝରରେ ୬୮, ଖୋର୍ଦ୍ଧାରେ ୬୦୪, କୋରାପୁଟରେ ୧୦୪, ମାଲକାନାଗିରିରେ ୬୭, ମୟୂରଭଞ୍ଜରେ ୧୪୫, ନବରଙ୍ଗପୁରରେ ୬୯, ନୟାଗଡରେ ୧୨୨, ନୂଆପଡ଼ାରେ ୧୦, ପୁରୀରେ ୧୮୭, ରାୟଗଡାରେ ୧୦୬, ସମ୍ବଲପୁରରେ ୩୫, ସୋନପୁରରେ ୨୨, ସୁନ୍ଦରଗଡରେ ୧୦୬ ଓ ରାଜ୍ୟ ପୁଲରେ ୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Powered by Froala Editor