ରତ୍ନଭଣ୍ଡାର ଖୋଲିବା ନେଇ ଶଙ୍କରାଚାର୍ୟ୍ୟଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ?
ପୁରୀ: ରତ୍ନଭଣ୍ଡାର ଖୋଲିବା ନେଇ ଶଙ୍କରାଚାର୍ୟ୍ୟଙ୍କ ବଡ଼ ବୟାନ। ରତ୍ନଭଣ୍ଡାର ବୈଠକ ବିଷୟରେ ତାଙ୍କୁ ଜଣାନାହିଁ, କି ତାଙ୍କ ଉପସ୍ଥିତିରେ ହେଉନି ବୈଠକ। ଏପରିକି ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ ବୋଲି କହିଛନ୍ତି ଶଙ୍କରାଚାର୍ୟ୍ୟ। ତେଣୁ ଏ ପ୍ରସଙ୍ଗରେ ମୁଁ କେମିତି ପ୍ରତିକ୍ରିୟା ଦେବି ବୋଲି କହିଛନ୍ତି ଶଙ୍କରାଚାର୍ୟ୍ୟ।
ତେବେ ଯେକୌଣସି ପଦକ୍ଷେପ ନେବା ପୂର୍ବରୁ ଜଗତଗୁରୁ ଶଙ୍କରାଚାର୍ୟ୍ୟଙ୍କ ପରାମର୍ଶ ନେବା ଦରକାର ବୋଲି ସୁପ୍ରିମକୋର୍ଟଙ୍କ ଆଦେଶ ରହିଛି। ହେଲେ ଏହି କମିଟି କାହିଁକି ଗଠନ ହୋଇଛି ସେ ବିଷୟରେ ମୋତେ କିଛି ଜଣା ନାହିଁ ବୋଲି କହିଛନ୍ତି ଶଙ୍କାରାଚାର୍ୟ୍ୟ।
Powered by Froala Editor