ଜ୍ୟୋତିଷଙ୍କ ଘରୁ ୧୮ କୋଟିର ନକଲି ନୋଟ୍ ଜବତ

ଜଣେ ନାମୀ ଜ୍ୟୋତିଷଙ୍କ ଘରୁ ଜବତ ହୋଇଛି ୧୮ କୋଟିର ନକଲି ନୋଟ୍ । ଜ୍ୟୋତିଷଙ୍କ ଘର ତେଲେଙ୍ଗାନା ହାଇଦ୍ରାବାଦ ସହରର ଏଲ୍ବି ନଗର ନାଗୁଲୁରେ । ସଂପୃକ୍ତ ଜ୍ୟୋତିଷଙ୍କ ନାଁ ବେଲାମକୋଣ୍ଡା ମୁରଲୀକୃଷ୍ଣ ଶର୍ମା ।
ଗତ କିଛିଦିନ ତଳେ ତାଙ୍କ ଘରୁ କିଛି ରତ୍ନ ପଥର ସହ ନଗଦ ଟଙ୍କା ଚୋରି ହୋଇଯାଇଥିଲା । ଏନେଇ ଜ୍ୟୋତିଷ ମୂରଲୀକୃଷ୍ଣ ଏଲ୍.ବି.ନଗର ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଖୋଳତାଡ଼ କରିବା ସହ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତାସହ ରତ୍ନପଥର ଏବଂ ନଗଦ ଟଙ୍କା ବି ଜବତ ହୋଇଥିଲା । ତେବେ ତଦନ୍ତ ଭିତରେ ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ସୁରାକ୍ ପାଇଥିଲା ଯେ, ଜ୍ୟୋତିଷ ଜଣକ ନକଲି ଟଙ୍କା ରଖିଛନ୍ତି । ଏହାପରେ ପୋଲିସ ଜ୍ୟୋତିଷଙ୍କ ଘରେ ଚଢ଼ାଉ କରିବା ସହ ନଗଦ ୧୮ କୋଟି ମୂଲ୍ୟର ୨ ହଜାର ଟଙ୍କିଆ ନକଲି ନୋଟ୍ ଜବତ କରିଥିଲା ।
Powered by Froala Editor