ପ୍ରଥମ କେମୋଥେରାପି ପରେ କେଶ କାଟିଲେ ହିନା

'ୟେ ରିସ୍ତା କିୟା କେହଲତା ହେ' ରେ ଅକ୍ଷରା ଭୂମିକାରେ ଅଭିନୟ କରୁଥିବା ହିନା ଖାନ ଏବେ ବହୁତ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ହିନା ବର୍ତ୍ତମାନ ଷ୍ଟେଜ୍ - ୩ କ୍ୟାନ୍ସରରେ ପିଡିତ । ଯାହାର ସୂଚନା ସେ ଇନ୍ଷ୍ଟଗ୍ରାମ ପୋଷ୍ଟ ମାଧ୍ୟମରେ ସମସ୍ତଙ୍କୁ ଦେଇଥିଲେ । ଏବେ ଅଭିନେତ୍ରୀ ଏନେଇ ପ୍ରଥମ କେମୋଥେରାପି କରାଇଛନ୍ତି ।
ତାଙ୍କର କିମୋଥେରେପି ଆରମ୍ଭ ହୋଇଯାଇଛି। ଏଥିପାଇଁ ତାଙ୍କୁ କେଶ କାଟିବାକୁ ପଡ଼ିଛି। ହିନା ଏହି ଯୁଦ୍ଧରେ ଲଢ଼ିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ବେଳେ ଅଭିନେତ୍ରୀଙ୍କ ମା' ଝିଅର ଏ ଅବସ୍ଥାକୁ ଆଦୌ ସହି ପାରୁ ନାହାନ୍ତି।
ନିକଟରେ ସେ ଏକ ଭିଡିଓ ସେୟାର କରିଛନ୍ତି । ସାମ୍ନାକୁ ଆସିଥିବା ଏହି ଭିଡିଓରେ ଅଭିନେତ୍ରୀଙ୍କୁ ତାଙ୍କର ଲମ୍ବା, ମୋଟା ଏବଂ କଳା କେଶ କାଟିବା ଦେଖିବାକୁ ମିଳିଛି । ପ୍ରଥମ କେମୋଥେରାପି ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଯେଉଁ ଭିଡିଓ ସାମ୍ନାକୁ ଆସିଛି, ତାକୁ ଦେଖିବା ମାତ୍ରେ ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି । ଏହି ଭିଡିଓରେ ଅଭିନେତ୍ରୀଙ୍କ ଆଖି ଲୁହ ଦେଖାଯାଉଥିବା, ବେଳେ ତାଙ୍କ ମା ମଧ୍ୟ କାନ୍ଦୁଛନ୍ତି ।
ହିନା ଏହି ଭିଡିଓ କ୍ୟାପସନରେ ଲେଖିଛନ୍ତି, 'ଆପଣ ଭିଡିଓରେ ମୋ ମା'ଙ୍କ କାନ୍ଦ ଶୁଣି ପାରୁଥିବେ। ସେ ମୋର ଏ ଅବସ୍ଥା ହେବ ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ। ମୁଁ ଜାଣିଛି ଜଣେ ନାରୀ ପାଇଁ କେଶ ହିଁ ତାର ସୌନ୍ଦର୍ଯ୍ୟ। ଏହି କେଶ ଯଦି ଚାଲିଯାଏ ସେ ନାରୀକୁ କେତେ କଷ୍ଟ ହୋଇଥାଏ। ତଥାପି ଏହି ଲଢ଼େଇରେ ମୋ ବିଜୟ ହେବ ବୋଲି ଆଶା ରଖିଛି। ତେଣିକି ଭଗବାନଙ୍କ ଇଚ୍ଛା।'
Powered by Froala Editor