ଭଗବାନଙ୍କୁ ମାରି ବ୍ରିଜ୍ ତଳକୁ ଫିଙ୍ଗିଦେଲେ !

ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଡିଲକ୍ସଲେନ୍ ଗଳିରେ ରହୁଥିବା ଭଗବାନ ଅଗ୍ରୱାଲଙ୍କୁ କେହି ହତ୍ୟା କରି ବ୍ରିଜ୍ ତଳକୁ ଫିଙ୍ଗି ଦେଇଛି । ଭଗବାନ ବୁଧବାର ସକାଳେ ଘରୁ କୌଣସି କାର୍ଯ୍ୟରେ ବାହାରିଥିଲେ । ହେଲେ ନଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ରାତି ସୁଦ୍ଧା ତାଙ୍କର କୌଣସି ସନ୍ଧାନ ନ ମିଳିବାରୁ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଗୁରୁବାର ସକାଳେ ୧୪୩ନଂ. ଜାତୀୟ ରାଜପଥର ତରକେରା ବ୍ରିଜ୍ ତଳେ ଏକ ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ରଘୁନାଥପାଲି ପୁଲିସ୍କୁ ସୂଚନା ଦେଇଥିଲେ । ପୁଲିସ୍ ପହଞ୍ôଚ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କରିଥିଲା । ଭଗବାନଙ୍କ ପରିବାର ସଦସ୍ୟ ପହଞ୍ôଚ ମୃତଦେହ ଚିହ୍ନଟ କରିଥିଲେ । ତାଙ୍କ ବଡ଼ପୁଅଙ୍କ କହିବା କଥା, କୌଣସି କାରଣରୁ ବାପା ମାନସିକ ଚାପରେ ଥିଲେ । ସେ ବ୍ରିଜ୍ରୁ ଡେଇଁ ଆତ୍ମହତ୍ୟା କରିଥାଇପାରନ୍ତି । ଅନ୍ୟପଟେ ପୁଲିସ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା କି ନୁହେଁ ତାହା ସ୍ପଷ୍ଟ ହେବ ।
ତାଙ୍କର ଏଭଳି ସନ୍ଦେହଜନକ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ତ୍ରୀ ଓ ଦୁଇ ପୁଅଙ୍କ ସହ ଡିଲକ୍ସଲେନ୍ ଗଳିରେ ରହୁଥିଲେ ଭଗବାନ । ସେ ଘରୁ ବାହାରି ପ୍ଲାଣ୍ଟସାଇଟ୍ ଏରିଆରୁ ତରକେରା ଆଡକୁ କ’ଣ ପାଇଁ ଯାଇଥିଲେ ଜଣାପଡିନାହିଁ । ବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଛନ୍ତି ନା ତାଙ୍କୁ କେହି ଠେଲି ଦେଇଛି ବୋଲି ପ୍ରଶ୍ନ ଉଠିଛି । ପୁଲିସ୍ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
Powered by Froala Editor