'ଓଡ଼ିଶା ଲିଙ୍କ୍ସ'ର ସପ୍ତମ ସ୍ୱନକ୍ଷତ୍ର ପାଳିତ, ପ୍ରଦର୍ଶିତ ହେଲା 'କଳିଯୁଗେ ଜଗନ୍ନାଥ'
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପଠାରେ ଗଣମାଧ୍ୟମ ସଂସ୍ଥା 'ଓଡ଼ିଶା ଲିଙ୍କ୍ସ'ର ସପ୍ତମ ସ୍ୱନକ୍ଷତ୍ର ପାଳିତ ହୋଇଯାଇଛି। ଏହି ଅବସରରେ ସାମ୍ବାଦିକତା ବୃତ୍ତିରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁନାମ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ପ୍ରତିଭାଙ୍କ ମଧ୍ୟରେ ସମ୍ବାଦ ଖବରକାଗଜରେ କାର୍ଯ୍ୟରତ ଫଟୋ ସାମ୍ବାଦିକ ଅସିତ ଶତପଥୀ, ସାମ୍ବାଦିକ ଲକ୍ଷ୍ମୀକାନ୍ତ ଦାସ, କ୍ରୀଡ଼ା ସାମ୍ବାଦିକା ତଜୀନ୍ କ୍ୟୁରେଶି, ଆଦିତ୍ୟ ପଣ୍ଡା, ଶ୍ରୀତମ ମହାରଣା, ନାଟ୍ୟ ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ଓଝା ସମ୍ବର୍ଦ୍ଧିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପ୍ରିଲ୍ୟୁଡ ମୁଖ୍ୟ ସତ୍ୟବ୍ରତ ରଥ, ଗାୟିକା ଜୟଶ୍ରୀ ଧଳ, ସମାଜସେବୀ ତଥା ଜୟ ଓଡ଼ିଶା ମୁଖ୍ୟ ରୁଦ୍ର ସାମନ୍ତରାୟ, ସମାଜସେବୀ ତଥା ଲିଭିଂ ହ୍ୟୁମାନିଟି ପ୍ରତିଷ୍ଠାତା ଚିନ୍ମୟ ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ନାଟକ 'କଳିଯୁଗେ ଜଗନ୍ନାଥ' ପ୍ରଦର୍ଶିତ ହୋଇଥିଲା। ନାରାୟଣ ଚନ୍ଦ୍ର ଓଝା (ବାପୁ) ନାଟକଟିର ନିର୍ଦ୍ଦେଶନା ଦେଇଥିଲେ। ଅନ୍ୟପକ୍ଷରେ ପ୍ରଜ୍ଞାଦତ୍ତ ସାହୁ ମଞ୍ଚସଜ୍ଜା, ସଞ୍ଜୟ ପ୍ରଧାନ ଆଲୋକ ପରିଚାଳନା, ଅଞ୍ଜନ ସଙ୍ଗୀତ ନିର୍ଦ୍ଦେଶନା ଏବଂ ମାମା ପୋଷାକ ସଜ୍ଜା ଦାୟିତ୍ୱ ନିର୍ବାହ କରିଥିଲେ। କଳିଯୁଗରେ ମହାପ୍ରଭୁଙ୍କ ଲୀଳା ଓ ଭାବଭକ୍ତିକୁ ନେଇ ଏହି ଆଧ୍ୟାତ୍ମିକ ଆଧାରିତ ସାମାଜିକ ନାଟକ ଲୋକଙ୍କୁ ଭାବବିହ୍ୱଳ କରିଥିଲା।
Powered by Froala Editor