ଆମ ଭିତରେ ଫାଟ ନାହିଁ: ବିଜେଡି କର୍ପୋରେଟର
ଭୁବନେଶ୍ୱର: ଆମ ଭିତରେ ଫାଟ ନାହିଁ । ଆମ ଭିତରେ ଦ୍ୱନ୍ଦ୍ୱ ବି ନାହିଁ । ଆମ ଭିତରେ ଅନ୍ତଃକନ୍ଦଳ ନାହିଁ । ଆମେ ସମସ୍ତେ ଏକାଠି ଅଛୁ । ଆଜି ସାମ୍ବାଦିକ ସମ୍ମିଳନୀ କରି ଏଭଳି କହିଛନ୍ତି ବିଏମସି ବିଜେଡି କର୍ପୋରେଟର ।ବୁଧବାର କର୍ପୋରେଟର ଅମରେଶ ଜେନାଙ୍କ ‘ବିଭୀଷଣ’ ମନ୍ତବ୍ୟ ପରେ ବିଏମସି ବିଜେଡି କର୍ପୋରେଟରମାନେ ସମ୍ମିଳିତ ହୋଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଆଉ ଆମ ଭିତରେ ଫାଟ ନାହିଁ, ଆମେ ଏକାଠି ଅଛୁ ବୋଲି ସମସ୍ତେ କହିଛନ୍ତି ।
ପ୍ରକାଶ ଯେ ଆଜି ବିଧାୟକ ପ୍ରତାପ ଦେବଙ୍କ ଘରେ ବିଜେଡି ନେତାଙ୍କ ବୈଠକ ବସିଥିଲା । ବୈଠକରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ରାଉତଙ୍କ ସମେତ କିଛି କର୍ପୋରଟେର ମଧ୍ୟ ସାମିଲ ଥିଲେ ।
ତେବେ ଦିନକୁ ଦିନ ବିଜେଡିରେ ଅନ୍ତଃକନ୍ଦଳ ବଢୁଥିବାବେଳେ ଏଭଳି ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବୈଠକରୁ ବାହାରିବା ପରେ କର୍ପୋରେଟର ଅମରେଶ ଜେନା ମନ୍ତବ୍ୟକୁ ନେଇ ହଇଚଇ ସୃଷ୍ଟି କରିଥିଲା । ସେ କହିଥିଲେ । ଯେକିଛି ଦଳୀୟ ନେତା ବିଜେଡି ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଦଳରେ ବିଭୀଷଣ ଅଛନ୍ତି । କିନ୍ତୁ ସବୁଠି ବିଜେଡି ଏକଜୁଟ ଅଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏ ବିଷୟରେ ଜାଣିଛନ୍ତି । ଆଗକୁ ଏମିତି କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ଜେନା କହିଥିଲେ । ତେବେ ବିଜେଡିରେ ବିଭୀଷଣ କିଏ ବୋଲି ଆଲୋଚନା ଓ ଚର୍ଚ୍ଚା ଜୋର ଧରିଛି ।
Powered by Froala Editor