ଟି୨୦ ବିଶ୍ୱକପ ଜିତିଲା ଭାରତ : ବଡ଼ ବିଜୟ ପରେ ଅବସର ଘୋଷଣା କଲେ କୋହଲି, ରୋହିତ, ରବୀନ୍ଦ୍ର
ଟି୨୦ ବିଶ୍ୱକପ ଜିତିବା ପରେ ପ୍ରଥମେ ବିରାଟ କୋହଲି ଏବଂ ପରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ଏବେ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଅବସର ଘୋଷଣା କରିଛନ୍ତି। ଜାଡେଜା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।
ଗତକାଲି ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଛି ଭାରତ । ଦଷିଣ ଆଫ୍ରିକାକୁ ୭ ରନ୍ରେ ପରାସ୍ତ କରି ଟାଇଟଲ୍ ହାତେଇଛି ଟିମ୍ ଇଣ୍ଡିଆ । ୨୦୦୭ ପରେ ୨୦୨୪ରେ ଟି-୨୦ ବିଶ୍ୱକପ୍ ଜିତିଛି ଭାରତ । କପିଲ ଦେବ, ଏମ୍ ଏସ୍ ଧୋନିଙ୍କ ପରେ ଏବେ ରୋହିତ ଶର୍ମା ଏହି ତାଲିକାରେ ସାମିଲ ହୋଇଛନ୍ତି, ଯାହାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ କୌଣସି ଆଇସିସି ଟ୍ରଫି ଜିତିଛି ।
ତେବେ ଏହି ବିଜୟ ପରେ ଭାରତକୁ ଲାଗିଛି ବଡ଼ ଝଟକା। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ପରେ ରବୀନ୍ଦ୍ର ଜାଡେଜା ଅବସର ଘୋଷଣା କରିଛନ୍ତି । ଟି-୨୦ ବିଶ୍ୱକପ୍ ବିଜୟ ପରେ ଟି-୨୦ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଅବସର ନେଇ ଜାଡେଜା ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ।
ଜାଡେଜା ୨୦୦୯ରେ ଅନ୍ତର୍ଜାତୀୟ ଟି୨୦ ରେ ପ୍ରବେଶ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ସେ ତାଙ୍କର ପ୍ରଥମ ମୁକାବିଲା ଖେଳିଥିଲେ। ଶନିବାର ଟି୨୦ ବିଶ୍ୱକପ ଫାଇନାଲ ମୁକାବିଲାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ବ୍ୟାଟିଂ କରି ଜାଡେଜା ଦୁଇ ରନ୍ ସ୍କୋର କରିଥିବା ବେଳେ ଗୋଟିଏ ଓଭର ବୋଲିଂ କରି ୧୨ ବ୍ୟୟରେ କୌଣସି ୱିକେଟ୍ ପାଇନଥିଲେ। ଜାଡେଜା ଭାରତ ପାଇଁ ୭୪ଟି ଟି-ଟ୍ୱେଣ୍ଟି ଖେଳି ୫୧୫ ରନ୍ ସଂଗ୍ରହ, ନେଇଛନ୍ତି ୫୪ ୱିକେଟ୍ ପାଇଛନ୍ତି।
Powered by Froala Editor