ନେପାଳରେ ଭୟଙ୍କର ବନ୍ୟା,୧୪ ମୃତ

ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ୧୪ ଜଣଙ୍କ ମୃତ୍ୟୁ । ପ୍ରବଳ ବର୍ଷା, ବଜ୍ରପାତ ସହ ଭୂସ୍ଖଳନରେ ଶହ ଶହ ଲୋକ ବାସହରା ହେବା ସହ ୩୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ନେପାଳର ଜାତୀୟ ବିପର୍ୟ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା ପ୍ରାଧିକରଣ ଅନୁଯାୟୀ ଦେଶର ବିଭିନ୍ନ ଅଞ୍ଚଳରେ ରେକର୍ଡ ପରିମାଣ ବର୍ଷା ହୋଇଛି । ଭୂସ୍ଖଳନରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବଜ୍ରପାତରେ ୫ ଓ ବନ୍ୟାରେ ଜଣଙ୍କର ମୃତ୍ୟୁ ହୋଇଛି ।
ନେପାଳ ଗୃହ ମନ୍ତ୍ରଣାଳୟ ରପୋର୍ଟ ଅନୁଯାୟୀ, ମୌସୁମୀ ସକ୍ରିୟ ହେବାର ୧୭ ଦିନ ମଧ୍ୟରେ ୨୮ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷାରେ ୩୩ଟି ଜିଲ୍ଲା ପ୍ରଭାବିତ ହୋଇଛି ।
Powered by Froala Editor