ହେମନ୍ତ ସୋରେନଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ
ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ ଆଶ୍ୱସ୍ତି । ହେମନ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ଝାଡଖଣ୍ଡ ହାଇକୋର୍ଟ । ଅଞ୍ଚଲ ଜମି ଦୁର୍ନୀତି ମାମଲାରେ ହାଇକୋର୍ଟ ଆଜି ତାଙ୍କର ଜାମିନ ମଞ୍ଜୁର କରିଛନ୍ତି । ଏହି ମାମଲାରେ ଜୁନ୍ ୧୩ ତାରିଖରେ ହୋଇଥିଲେ ବି କୋର୍ଟ ଏହି ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ଜଷ୍ଟିସ୍ ରଙ୍ଗନ ମୁଖୋପାଧ୍ୟାୟଙ୍କ ଖଣ୍ଡପୀଠ ତାଙ୍କୁ ଜାମିନ୍ ମଞ୍ଜୁୂର କରିଛନ୍ତି । ଜମି ଦୁର୍ନୀତି ମାମଲାରେ ନବମ ଥର ସମନ ପରେ ୩୧ ଜାନୁଆରୀରେ ଇଡ଼ି ତାଙ୍କୁ ଗିରଫ କରିଥିଲା । ଏହାପରେ ଜେଲରେ ରହିଥିଲେ ହେମନ୍ତ । ଜଲରେ ରହିବା ଭିତରେ କିଛି ଦିନ ପାଇଁ ଜାମିନରେ ବାହାରକୁ ଆସି ପୁଣି ଜେଲ ଯାଇଥିଲେ । ଗତ ୫ମାସ ହେବ ଜେଲରେ ରହିଥିଲେ ହେମନ୍ତ ସୋରେନ ।
Powered by Froala Editor