ରେଲୱେ ଷ୍ଟେସନରେ ‘ ‘ଆତ୍ମା’ କରିବ ଟିକେଟ୍ ଯାଞ୍ଚ
ଏବେ ଭୁବନେଶ୍ୱର ରେଲୱେ ଷ୍ଟେସନରେ ‘ଆତ୍ମା’ କରିବ ଟିକେଟ୍ ଯାଞ୍ଚ । ଏହି ଆତ୍ମା ହେଉଛି ଏକ ଅଟୋମେଟିକ ଟିକେଟ୍ ଯାଞ୍ଚ ମେସିନ୍ । ଯାହାକି ଫଳପ୍ରଦ ଟିକେଟ୍ ଯାଞ୍ଚ ବ୍ୟବସ୍ଥା, ଯାତ୍ରୀ ମାନଙ୍କର ନିରାପଦ ସ୍କ୍ରିନିଂ ସୁନିଶ୍ଚିତ କରିବା ଏବଂ କର୍ତ୍ତବ୍ୟରତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ମଧ୍ୟ ସୁରକ୍ଷା ଯୋଗାଇବ। କରୋନା କଟକଣାକୁ ନଜରରେ ରଖି ଭୁବନେଶ୍ୱର ରେଳ ଷ୍ଟେସନ ପକ୍ଷରୁ ଏଭଳି ଏକ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଲଗାଯାଇଛି । ଆଉ ଦୁଇଟି 'ଆତ୍ମା' ସିଷ୍ଟମ ସ୍ଥାପନ କରାଯିବ, ଗୋଟିଏ ପୁରୀ ରେଳ ଷ୍ଟେସନରେ ଏବଂ ଗୋଟିଏ ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେସନରେ। ଏଥିପାଇଁ PPL ପକ୍ଷରୁ ୫ ଲକ୍ଷ ଟଙ୍କା ଵ୍ୟୟ କରାଯାଇଛି ।
କୋଭିଡ୍ ସମୟରେ ସାମାଜିକ ଦୂରତା ରକ୍ଷା କରି, ବିନା ସ୍ପର୍ଶରେ କିପରି ଯାତ୍ରୀଙ୍କ ଟିକେଟ ଚେକିଂ ହୋଇପାରିବ, ତାହା ହିଁ ଏହି ମେସିନର ମୂଳ ଲକ୍ଷ୍ୟ।‘ ଆତ୍ମା’ ହେଉଛି AUTOMATED TICKET CHEAKING AND MANAGING AXIS SYSTEM।
ବିଶେଷକରି ଯେଉଁମାନେ E-Ticket- ଧାରୀ ସେମାନଙ୍କ 'ଆତ୍ମା' ସିଷ୍ଟମରେ ଚାରୋଟି ବୈଶିଷ୍ଟ୍ୟ ଅଛି ଯେପରିକି ଆଇଆରସିଟି ଆଧାରିତ ଟ୍ରେନ୍ ଟିକେଟର କ୍ୟୁଆର୍ କୋଡ୍ ସ୍କାନ୍ କରିବା ପାଇଁ ବାର୍ କୋଡ୍ ସ୍କାନର୍, ଗୋଟିଏ ସ୍ପିକର, ଯାହା ମାଧ୍ୟମରେ ଷ୍ଟେସନରେ ପ୍ରବେଶ କରୁଥିବା ଯାତ୍ରୀ ପିଏନ୍ଆର୍ ନମ୍ବର କହିପାରିବେ, ଏକ ତାପମାତ୍ରା ସ୍କାନର୍ ଯାହାଦ୍ଵାରା ତାପମାତ୍ରା ମପା ଯାଇପରିବ ଏବଂ ଏକ କ୍ୟାମେରା ଯାହା ଯାତ୍ରୀ ମାସ୍କ ପିନ୍ଧିଛନ୍ତିକି ନାହିଁ ତାହା ନିଶ୍ଚିତ କରିବ। ନିୟୋଜିତ ଟିକେଟ୍ ଯାଞ୍ଚ କର୍ମଚାରୀମାନେ ଯାତ୍ରୀମାନଙ୍କଠାରୁ ଏକ ନିରାପଦ ଦୂରତ୍ୱରୁ ସମସ୍ତ ଚାରୋଟି ପାରାମିଟରକୁ ଯାଞ୍ଚ କରିପାରିବେ ଯାହାଦ୍ୱାରା ଅଧିକୃତ ଯାତ୍ରୀମାନେ ରେଳ ଷ୍ଟେସନରେ ପ୍ରବେଶ କରିପାରିବେ ଏବଂ କୋଭିଡ-୧୯ ସଂକ୍ରମଣର ବୃଦ୍ଧିକୁ ମଧ୍ୟ ରୋକା ଯାଇପାରିବ।
Powered by Froala Editor