ବଲେରୋ ଗାଡି ସହ ୧୨୦ କିଲୋ ଗଂଜେଇ ଜବତ

ଭୁବନେଶ୍ବର: ବୌଦ୍ଧ ପୁଲିସ ଏକ ବଲେରୋ ଗାଡି ସହିତ ୧୨୦ କିଲୋ ଗଂଜେଇ ଜବତ କରିଥିବା ଜଣାଯାଇଛି। ବଲେରୋ ଯୋଗେ ଗଂଜେଇ ଚାଲାଣ ହେଉଥିବାନେଇ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବୌଦ୍ଧ ଥାନା ପକ୍ଷରୁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଉପରେ ପେଟ୍ରୋଲିଂ ଚାଲିଥିଲା। ଜଗଦୀଶପୁର ରଇଠାଣି ଛକ ନିକଟରେ ପୁଲିସକୁ ଦେଖି ଏକ ବଲେରୋ ଗାଡି ଅଟକିବା ପରେ ଡ୍ରାଇଭର ଗାଡି ଛାଡି ଦୌଡି ପଳାଇଥିଲା। ପୁଲିସ ଗାଡିଟିକୁ ଜବତ କରି ଯାଞ୍ଚ କରିବାପରେ ତାହାରି ଭିତରୁ ୧୨୦ କିଲୋ ଗଂଜେଇ ବାହାରିଥିଲା। ବୌଦ୍ଧ ଥାନାରେ ଏ ନେଇ ଏକ ମାମଲା ( ୨୪୩/୨୪) ରୁଜୁ ହୋଇଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି।
Powered by Froala Editor