ଡେଟିଂ ଆପ୍ ସାହାଯ୍ୟରେ ଘଟୁଛି ବଡ ଆପରାଧିକ ଘଟଣା
ନୂଆଦିଲ୍ଲୀ: ବର୍ତ୍ତମାନ ଯୁଗରେ ଡେଟିଂ ଆପ୍ ଜରିଆରେ ନିଜର ସଠିକ୍ ସାଥୀ ଖୋଜିବାରେ ବ୍ୟସ୍ତ ରହୁଛନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ଏହା ଦେଖିବାକୁ ମିଳୁଛି ଯେ ଡେଟିଂ ଆପ୍ ସାହାଯ୍ୟରେ ଲୋକମାନେ ବଡ ଆପରାଧିକ ଘଟଣା ଘଟାଉଛନ୍ତି। ନିକଟରେ ଏଭଳି ଏକ ମାମଲା ନଜରକୁ ଆସିଛି। ଦିଲ୍ଳୀର ଜଣେ ବ୍ୟକ୍ତି ଡେଟିଂ ଆପ୍ ଜରିଆରେ ଜଣେ ମହିଳାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ। ଏହାପରେ ମହିଳା ଜଣଙ୍କ ଘରେ ଏକୁଟିଆ ରହୁଥିବାର ସୁଯୋଗ ଦେଖି ତାଙ୍କ ଘରକୁ ଯାଇ ଡକାୟତି କରୁଥିଲେ।
ଡେଟିଂ ଆପ୍ ସାହାଯ୍ୟରେ ଠକମାନେ ଏପରି ଜାଲରେ ପକାଉଛନ୍ତି ଯେ ଯୁବତୀମାନେ କିଛି ବୁଝିବାର ସୁଯୋଗ ପାଇବେ ନାହିଁ। କିନ୍ତୁ ଡେଟିଂ ଆପ୍ ବ୍ୟବହାର କରିବା ସମୟରେ ସୁରକ୍ଷା ଚିନ୍ତାଧାରାକୁ ଅଣଦେଖା କରିବା ଉଚିତ୍ ନୁହେଁ। ବିଶେଷଜ୍ଞଙ୍କ ମତରେ ସୁରକ୍ଷା ଓ ସତର୍କତା ସହିତ ଡେଟିଂ ଆପ୍ ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପ୍ ସହାୟତାରେ ଯଦି କୌଣସି ଯୁବକଙ୍କ ସହ ଚାଟିଂ କରୁଛନ୍ତି ତେବେ ବ୍ୟକ୍ତିଗତ ସୂଚନା ଯେପରିକି ଫୋନ୍ ନମ୍ବର, ଘରର ଠିକଣା, କିମ୍ବା ଆର୍ଥିକ ସୂଚନା ଦେବାଠୁ ଦୂରେଇ ରୁହନ୍ତୁ। ଡେଟିଂ ଆପରୁ ବନ୍ଧୁତା ହୋଇଥିବା ବ୍ୟକ୍ତିଙ୍କ ସହ ଦେଖା କରିବାକୁ ଗଲେ ସର୍ବଦା ଜନଗହଳିପୂର୍ଣ୍ଣ ଅଂଚଳରେ ଦେଖା କରନ୍ତୁ। ନିଜର ପରିବାର ଲୋକ ଏବଂ ସାଙ୍ଗସାଥୀଙ୍କୁ ଏସମ୍ପର୍କରେ ସୂଚନା ଦେଇ ଯାଆନ୍ତୁ।
Powered by Froala Editor