ବିଶ୍ବର ସର୍ବୋଚ୍ଚ ଚେନାବ ରେଲୱେ ବ୍ରିଜ୍ ଉପରେ ଟ୍ରାଏଲ ରନ୍ ସଫଳ
ଜମ୍ମୁ କାଶ୍ମୀରରେ ନବନିର୍ମିତ ବିଶ୍ବର ସର୍ବୋଚ୍ଚ ରେଳ ବ୍ରିଜ୍ ଚେନାବ ରେଲୱେ ବ୍ରିଜ୍ ଉପରେ ପରୀକ୍ଷାମୂଳକ ଭାବରେ ଟ୍ରେନ୍ ଚଳାଚଳ କରିଛି। ଚେନାବ ରେଳ ବ୍ରିଜ ରାମବାନ ଜିଲାର ସାଙ୍ଗଲଡାନ ଏବଂ ରେସି ମଧ୍ୟରେ ନିର୍ମିତ। ଏହି ଲାଇନରେ ଥିବା ଖୁବ ଶୀଘ୍ର ରେଳ ସେବା ଆରମ୍ଭ ହେବ ବୋଲି ଅଧିକାରୀମାନେ କହିଛନ୍ତି।
ପୂର୍ବରୁ ପରୀକ୍ଷାମୂଳକ ଭାବେ ଚେନାବ ବ୍ରିଜ୍ ଉପରେ ଭାରତୀୟ ରେଲୱେ ପକ୍ଷରୁ ଇନ୍ସପେକ୍ସନ କାର୍ ଛଡ଼ାଯାଇଥିଲା। ସଫଳତାର ସହ ଏହା ଜାମ୍ମୁ କାଶ୍ମୀରର ସଙ୍ଗଲଦାନରୁ ରିଆସି ଯାଏଁ ଚଳାଚଳ କରିଥିଲା। କେବଳ ଟନେଲ୍-୧ର ଅଳ୍ପ କିଛି କାମକୁ ବାଦ୍ ଦେଲେ ଉଦ୍ଧମପୁର-ଶ୍ରୀନଗର-ବାରମୁଲା ରେଲ୍ ଲିଙ୍କର ବଳକା ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଏହି ପରିପ୍ରେକ୍ଷୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ରାଏଲ ରନ୍ର ଫଟୋ ସହ ଏକ ଭିଡିଓ X ରେ ଏକ ପୋଷ୍ଟରେ କହିଛନ୍ତି,। ବିଶ୍ବର ସର୍ବୋଚ୍ଚ ରେଳବ୍ରିଜରେ ସଫଳ ଟ୍ରାଏଲ ରନ୍ ଏକ ନୂତନ ମାଇଲ ବୋଲି ସେ ଉଲ୍ଲେଖ କରିଛନ୍ତି।
ଏହି ସେତୁ ଚେନାବ ନଦୀଠାରୁ ୩୫୯ମିଟର (ପ୍ରାୟ ୧୦୯ ଫୁଟ) ଉପରେ ନିର୍ମିତ। ଏହି ବିଜ୍ର ପ୍ୟାରିସର ଆଇଫେଲ ଟାୱାରଠାରୁ ୩୫ ମିଟର ଉଚ୍ଚ ଅଟେ। ଏହା ଉଦାମପୁର ଶ୍ରୀନଗର ବାରାମୁଲ୍ଲା ରେଳ ଲିଙ୍କ (USBRL) ପ୍ରକଳ୍ପ ଅଧୀନରେ ନିର୍ମିତ ହୋଇଛି।
Powered by Froala Editor