'ଇଡି ଫାଇଣ୍ଡ୍ସ ଏ ହୋମ୍' ପୁସ୍ତକ ଲେଖିଲେ ଆଲିଆ, ଗୋଟିଏ ପୋଷାକୁକୁର ସହ ଛୋଟ ଝିଅର କାହାଣୀ...
ଉତ୍କୃଷ୍ଟ ଅଭିନୟ ସହିତ ଆଲିଆ ଭଟ୍ଟ ଲୋକଙ୍କ ହୃଦୟ ଜିତନ୍ତି । ତାଙ୍କର ଦମଦାର ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିବା ପରେ ଆଲିଆ ଭଟ୍ଟ ବର୍ତ୍ତମାନ ଷ୍ଟୋରି ଜଗତରେ ତାଙ୍କର ଫାଷ୍ଟ ଷ୍ଟେପ୍ ଦେଇଛନ୍ତି । ତେବେ ଆଲିଆ ଭଟ୍ଟ ଜଣେ ଲେଖିକା ଭାବରେ ନିଜ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ସେ 'ଇଡି ଫାଇଣ୍ଡ୍ସ ଏ ହୋମ୍' ନାମକ ଶିଶୁ ଚିତ୍ର ପୁସ୍ତକ ରବିବାର ଉନ୍ମୋଚନ କରିଛନ୍ତି। ମା' ସୋନି ରାଜଦାନ ଏବଂ ଭଉଣୀ ଶାହିନ୍ ଭଟ୍ଟଙ୍କ ଉପସ୍ଥିତିରେ ମୁମ୍ବାଇର 'ଜିଓ ୱାଲର୍ଡ ଡ୍ରାଇଭ୍'ରେ ଅନୁଷ୍ଠିତ ଶିଶୁ ସାହିତ୍ୟ ମହୋତ୍ସବର କାହାଣୀ ସଂସ୍କରଣରେ ଆଲିଆ ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି।
ଏହା ସହିତ ସେ ଫ୍ୟାନ୍ସଙ୍କୁ ତାଙ୍କର ପ୍ରଥମ ବହିର ଝଲକ ମଧ୍ୟ ଦେଖାଇଛନ୍ତି । ପ୍ରଥମ ଫଟୋରେ ଆଲିଆ ତାଙ୍କ ବୁକ୍ ସହିତ ପୋଜ୍ କରୁଥିବା ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ ସେ ତାଙ୍କ ହାତରେ ଏକ ବହି ଧରିଥିବାର ନଜର ଆସିଛନ୍ତି । ଏହି ଫଟୋଗୁଡିକ ସେୟାର୍ କରିବାବେଳେ ଆଲିଆ ଭଟ୍ଟ କ୍ୟାପସନରେ ଲେଖିଛନ୍ତି, 'ଏକ ନୂଆ ରୋମାଞ୍ଚ ଆରମ୍ଭ ହେଉଛି' 'ଏଡ୍ ଫାଇଂଡସ୍ ଏ ହୋମ୍, ଇଡ୍-ଏ-ମାମା ଦୁନିଆର ଏକ ନୂଆ ସିରିଜର ଆରମ୍ଭ । ମୋର ପିଲାଦିନ ଷ୍ଟୋରି ଏହି ବହିରେ ମଧ୍ୟ ରହିଛି । ଏହି ବହି ପାଇଁ ସାହାଯ୍ୟ କରିଥିବା ଲୋକମାନଙ୍କୁ ଏହି ଯାତ୍ରା ପାଇଁ ଶୁଭେଚ୍ଛା । ପୁସ୍ତକରେ ଇଡି ନାମକ ଏକ ପୋଷାକୁକୁର ସହ ଜଣେ ଛୋଟ ଝିଅର ବନ୍ଧୁତ୍ୱକୁ ନେଇ ବିଭିନ୍ନ ହୃଦୟସ୍ପର୍ଶୀ କାହାଣୀ ରହିଥିବା ଆଲିଆ ଇନ୍ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି।
Powered by Froala Editor