ହ୍ବାଟ୍ସଆପ୍ରେ ନୂଆ ଅପ୍ଡେଟ୍, ଜାଣନ୍ତୁ କ’ଣ?
![ହ୍ବାଟ୍ସଆପ୍ରେ ନୂଆ ଅପ୍ଡେଟ୍, ଜାଣନ୍ତୁ କ’ଣ?](https://odishanewslens.com/news_gallery/30714_1718711889.jpg)
ନୂଆଦିଲ୍ଲୀ: ହ୍ବାଟ୍ସଆପ୍ର ସବୁଠୁ ବଡ଼ ସମସ୍ୟା ଦୂର ହୋଇଛି। ହ୍ବାଟ୍ସଆପ୍ ଏକ ନୂଆ ଅପ୍ଡେଟ୍ ରିଲିଜ୍ କରିଛି, ଯେଉଁଥିରେ ଡିଫଲ୍ଟ ମିଡିଆ ଫାଇଲ୍ର ଫର୍ମାଟ୍ ଏଚ୍ଡି ହୋଇଯାଇଛି। ସାଧାରଣତଃ କାହାକୁ ଫଟୋ କିମ୍ବା ଭିଡିଓ ପଠାଇବାବେଳେ ଆମକୁ ଏଚଡି ସିଲେକ୍ଟ କରିବାକୁ ପଡ଼ିଥାଏ, କିନ୍ତୁ ବର୍ତ୍ତମାନ ଏହା ଡିଫଲ୍ଟ ଭାବେ ଏଚ୍ଡି ହେବ। ଏଠାରେ ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ମାସରେ ହ୍ବାଟ୍ସଆପ୍ ଏଚ୍ଡି ଫଟୋ ଭିଡିଓ ସପୋର୍ଟ ରିଲିଜ୍ କରିଥିଲା।
ହ୍ବାଟ୍ସଆପ୍ର ଏହି ଫିଚର୍ ବିଷୟରେ ସର୍ବପ୍ରଥମେ ଆଣ୍ଡ୍ରଏଡ୍ ପୋଲିସ୍ ଓ୍ବେବସାଇଟ୍ ସୂଚନା ଦେଇଛି। ରିପୋର୍ଟରେ କୁହାଯାଇଛି ଯେ, ଏଣିକି କୌଣସି ଫଟୋ କିମ୍ବା ଭିଡିଓ ପଠାଇବା ପୂର୍ବରୁ ଏହାର କ୍ଵାଲିଟିକୁ ଏଚ୍ଡିରେ ସେଟ୍ କରିବାକୁ ପଡ଼ିବ ନାହିଁ। ଏବେ ଡିଫଲ୍ଟ ରୂପେ ଏହି ସେଟିଙ୍ଗ୍ ଏଚ୍ଡି ହେବ, କିନ୍ତୁ ଏଥିପାଇଁ ପ୍ରଥମେ ଆପଣଙ୍କୁ ସେଟିଙ୍ଗ୍ କରିବାକୁ ପଡ଼ିବ।
ଡିଫଲ୍ଟ ମିଡିଆ କ୍ଵାଲିଟି ଏଚ୍ଡି ପାଇଁ ସେଟିଙ୍ଗ୍ରେ ଷ୍ଟୋରେଜ୍ ଓ ଡାଟା ସେଟିଙ୍ଗ୍କୁ ଯାଇ ଏଚ୍ଡି ସିଲେକ୍ଟ କରିବାକୁ ପଡ଼ିବ। ଏସ୍ଡି କ୍ଵାଲିଟିରେ ମିଡିଆ ଫାଇଲ ଶୀଘ୍ର ଶେୟାର ହୋଇଥାଏ ଏବଂ ଡାଟା ମଧ୍ୟ କମ୍ ଖର୍ଚ୍ଚ ହୋଇଥାଏ। କିନ୍ତୁ ଏଚ୍ଡିରେ ଏସ୍ଡି ତୁଳନାରେ ୬ ଗୁଣା ବଡ଼ ଫାଇଲ୍ ଶେୟାର ହୋଇଥାଏ ଏବଂ ଅଧିକ ଡାଟା ମଧ୍ୟ ବ୍ୟବହାର ହୋଇଥାଏ।
Powered by Froala Editor