ଆକ୍ସନ ମୋଡ୍ରେ ସରକାର, ରାଜ୍ୟର ଭୌଗଳିକ ସ୍ଥିତି ବିଷୟରେ ପଚାରି ବୁଝିଲେ

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବାପରେ ଆକ୍ସନ ମୋଡ୍ରେ ମୋହନ ସରକାର । ଦାୟିତ୍ବ ନେବା ପରେ ପରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ କାର୍ୟ୍ୟାଳୟ କରି ବିଭିନ୍ନ କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେରାଜ୍ୟ ଅତିଥି ଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା । ଏଥିରେ ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟାରେ କହିଛନ୍ତି, "ଓଡ଼ିଶାର ସାମଗ୍ରିକ ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେଜେଣ୍ଟେସନ ଦିଆଗଲା । ରାଜ୍ୟର ଜନସଂଖ୍ୟା, ରାଜ୍ୟର ଭୌଗଳିକ ସ୍ଥିତି ଏବଂ କଣ କଣ କାମ କରାଯାଇଛି, ସେ ବିଷୟରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଲେ । ଆଗକୁ କଣ କଣ ଚ୍ୟାଲେଞ୍ଜ ରହିଛି, ସେ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିସ୍ତୃତ ଆଲୋଚନା କରିଛନ୍ତି । ୩- ୪ ଦିନ ମଧ୍ୟରେ ଆହୁରି ଏକାଧିକ ବୈଠକ ରହିଛି ।" ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ସରକାରଙ୍କ ପ୍ରଥମ ୧୦୦ ଦିନର କାର୍ୟ୍ୟକ୍ରମ କ’ଣ ହେବ, ସେଥିପାଇଁ ସେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ଓଡ଼ିଆ ସ୍ପଷ୍ଟ ନୁ୍ୟଜ । ବିଧାନସଭା ଅଧିବେଶନ କେବେ ଆରମ୍ଭ କରିହେବ, ସେନେଇ ମୁଖ୍ୟମନ୍ତ୍ରୀ ସଂସଦୀୟ ବ୍ୟାପାର ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ୍ ଓ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସହ ଆଲୋଚନା କରିଥିଲେ ।
Powered by Froala Editor