ରାଜ୍ୟବାସୀଙ୍କୁ ଧର୍ମେନ୍ଦ୍ରଙ୍କ ରଜ ଶୁଭେଚ୍ଛା

ଭୁବନେଶ୍ବର: ଆଜି ପହିଲି ରଜ। ରଜ ପର୍ବ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖର । ଓଡ଼ିଶାର ପାରମ୍ପରିକ ଗଣ ପର୍ବ ରଜ। ତିନି ଦିନ ଧରି ଗାଁଠୁ ସହର ସବୁଠୁ ରଜର ଆସର ଜମିଥାଏ। ପହିଲି ରଜରେକେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ‘ଏକ୍ସ’ରେ ଲେଖିଛନ୍ତି, ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ‘ରଜ’ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା । ରଜ ଆମ ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ । ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜା କରିବା ଏବଂ ସମ୍ମାନ ଜଣାଇବାର ସ୍ୱତନ୍ତ୍ର ପରମ୍ପରା । ପ୍ରକୃତି ସହ ଯୋଡ଼ିହେବାର ଏହି ମହାନ ପରମ୍ପରା ସମାଜରେ ଭାଇଚାରାକୁ ଆହୁରି ସୁଦୃଢ଼ କରୁ, ଏହା କାମନା ।
Powered by Froala Editor