ଜଙ୍ଗଲ ନିଆଁରେ ୪ ବନ କର୍ମଚାରୀ ଜୀବନ୍ତ ଦଗ୍ଧ
ଉତ୍ତରାଖଣ୍ଡର ଆଲମୋରାରେ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। ତେବେ ଏହାରି ଭିତରେ ବଡ ଖବର ସାମନାକୁ ଆସିଛି ଯେ ନିଆଁ ଲିଭାଇବାକୁ ଯାଇଥିବା ୪ ଜଣ ବନ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ଗୁରୁବାର ଜିଲାରେ ଅବସ୍ଥିତ ବିନସର ଅଭୟାରଣ୍ୟର ଜଙ୍ଗଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇବା ପରେ ଜଙ୍ଗଲ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଜଙ୍ଗଲରେ ନିଆଁ ଏତେ ଭୟଙ୍କର ଥିଲା ଯେ ନିଆଁ ଲିଭାଇବା କାମ ଆରମ୍ଭ ହେବା ପୂର୍ବରୁ ନିଆଁ ଲିଭାଇବାକୁ ଯାଇଥିବା ଦଳ ଏଥିରେ ପଡିଯାଇଥିଲେ। ଚାରିଜଣ ଗୁରୁତର ଭାବେ ଜଳି ଯାଇଥିଲେ।
ଏନେଇ ଅଧିକାରୀ କହିଛନ୍ତି ଯେ ଜଙ୍ଗଲରେ ନିଆଁ ଲାଗି ଚାରି ଜଣ ପ୍ରାଣ ହରାଇଛନ୍ତି। କୁହାଯାଉଛି ଯେ ବନ ବିଭାଗର କିଛି କର୍ମଚାରୀ ସେମାନଙ୍କ ଗାଡିରେ ଜଙ୍ଗଲରେ ନିଆଁ ଲିଭାଇବାକୁ ଯାଉଥିବାବେଳେ ସେମାନଙ୍କ ଗାଡିରେ ନିଆଁ ଲାଗିଯାଇଥିଲା। ତେବେ ଏହି ଦୁର୍ଘଟଣା କିପରି ଘଟିଲା ଏବଂ କେବେ ଘଟିଲା ସେ ସମ୍ବନ୍ଧରେ ତଦନ୍ତ ଜାରି ରହିଛି ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁଃଖପ୍ରକାଶ କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି, “ଜଙ୍ଗଲରେ ନିଆଁ ଲାଗିବା କାରଣରୁ ୪ ବନ କର୍ମଚାରୀଙ୍କ ମୃତ୍ୟୁ ଖବର ଗଭୀର କଷ୍ଟ ଦେଇଛି । ଏହି ଦୁଃଖ ସମୟରେ ଆମ ସରକାର ମୃତକଙ୍କ ପରିବାର ସହ ଛିଡା ହୋଇଛି ଏବଂ ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ସହାୟତା ଭାବରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ |
Powered by Froala Editor