ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେଲେ ନୂଆ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେଲେ ନୂଆ ସ୍ଥଳସେନା ମୁଖ୍ୟ। ସ୍ଥଳସେନାର ଉପମୁଖ୍ୟ ଥିବା ଉପେନ୍ଦ୍ର ଦ୍ୱିବେଦୀଙ୍କୁ ସରକାର ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି।
ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ବର୍ତ୍ତମାନ ସେନାର ଉପାଧ୍ୟକ୍ଷ ଅଛନ୍ତି। ଏବେ ସ୍ଥଳସେନା ମୁଖ୍ୟ ଭାବେ କାର୍ୟ୍ୟ କରୁଥିବା ଜେନରାଲ ମନୋଜ ପାଣ୍ଡେଙ୍କ କାର୍ୟ୍ୟକାଳ ଆସନ୍ତା ୩୦ ତାରିଖରେ ଶେଷ ହେବ। ସେହିଦିନ ଅର୍ଥାତ ଜୁନ୍ ୩୦ରେ ନୂଆ ସ୍ଥଳସେନା ମୁଖ୍ୟ ଦାୟିତ୍ୱ ନେବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ୧୯୮୪ରେ ଜାମ୍ମୁ ଓ କାଶ୍ମୀର ରାଇଫଲ୍ସ ଜରିଆରେ ସେ ସେନାରେ ପ୍ରବେଶ କରିଥିଲେ। ଦୀର୍ଘ ୪୦ ବର୍ଷ ଲମ୍ବା କ୍ୟାରିୟର ଭିତରେ ସେ ସେନାବାହୀନିର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦୀବରେ କାର୍ୟ୍ୟ କରିଛନ୍ତି। ସ୍ଥଳ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ୨୦୨୨ରୁ ୨୦୨୪ ପର୍ୟ୍ୟନ୍ତ ଉଧମପୁରରେ ଅବସ୍ଥିତ ଉତ୍ତର କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଥିଲେ।
Powered by Froala Editor