ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ସଂଖ୍ୟାରେ ଯୋଗାଭ୍ୟାସ କରୁଛନ୍ତି
ଭୁବନେଶ୍ୱର: ସାରା ବିଶ୍ୱରେ ବର୍ତମାନ ଯୋଗକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହା ସାହାଯ୍ୟରେ ସବୁ ବୟସର ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ରୋଗରୁ ଦୁରେଇ ରଖିବା ନିମନ୍ତେ ଭାରତରେ ଚିନ୍ତା କରାଯାଉଛି । ଏହାସତ୍ୱେ ସହରାଂଚଳବାସୀଙ୍କ ମଧ୍ୟରେ ଏହି ଅଭ୍ୟାସ ଆଦୃତ ହୋଇ ପାରି ନାହିଁ ବୋଲି ଏକ ସର୍ଭେରୁ ଜଣା ପଡିଛି ।
ଭୁବନେଶ୍ରରେ ମାତ୍ର ୧୭ ପ୍ରତିଶତ ଲୋକ ‘ଆସନ', ‘ପ୍ରାଣାୟାମ ' ବା ‘ଧ୍ୟାନ' କରୁଥିବା ବେଳେ ୧୦.୭ ପ୍ରତିଶତ ଲୋକ ଯୋଗର ବିଭିନ୍ନ ଅଭ୍ୟାସ କରିଥାନ୍ତି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରି·ଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର କମୁ୍ୟନିଟି ମେଡ଼ିସିନ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି ।
ଡ଼ଃ ସôୟଜିତ ମହାନ୍ତି, ଡ଼ଃ ସନ୍ଦୀପ କୁମାର ପାଣିଗ୍ରାହୀ ଓ ଡ଼ଃ ଜ୍ୟୋତି ରଞ୍ଜନ ସାହୁଙ୍କ ଦ୍ୱାରା ଭୁବନେଶ୍ୱରର ୧୨୦୦ ରୁ ଅଧିକ ଲୋକଙ୍କୁ ନେଇ ଏହି ସାମ୍ପଲ ଷ୍ଟଡି କରାଯାଇଛି । ନିକଟରେ ଭାରତର ବିଭିନ୍ନ ରାଜ୍ୟ ର ରାଜଧାନୀଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ଶ୍ରେଷ୍ଠ ୪ଟି ବାସପଯୋଗୀ ସହର ମଧ୍ୟରେ ସ୍ଥାନିତ ହୋଇଛି । ଏହି ସର୍ଭେରୁ ଜଣାପଡିଛି ଯେ ପୁରୁଷ ମାନଙ୍କ ଅପେକ୍ଷା ଭୁବନେଶ୍ୱରରେ ମହିଳା ମାନେ ଅଧିକ ସଂଖ୍ୟାରେ ଯୋଗାଭ୍ୟାସ କରୁଛନ୍ତି । ତେବେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ଲୋକମାନେ ଯୋଗାଭ୍ୟାସକୁ ଗ୍ରହଣ କରିବା ନିମନ୍ତେ ଅଧିକ ଆଗ୍ରହୀ ବୋଲି କହିଛନ୍ତି କମୁ୍ୟନିଟି ମେଡ଼ିସିନ ବିଭାଗର ପ୍ରଫେସର ଇ. ଭେଙ୍କଟ ରାଓ । ଯୋଗର ଗ୍ରହଣୀୟତା କ୍ଷେତ୍ରରେ ଭାରତରେ ଏହା ଦ୍ୱିତୀୟ ସର୍ଭେ ବୋଲି ପ୍ରଫେସର ରାଓ ସୂଚନା ଦେଇ ପୂର୍ବ ସର୍ଭେ ଅନୁଯାୟୀ ପୂର୍ବ ଭାରତର ସହରାଞ୍ଚଳରେ ବାସ କରୁଥିବା ଲୋକଙ୍କ ମଧ୍ୟରୁ ମାତ୍ର ୫.୩ ପ୍ରତିଶତ ଯୋଗକୁ ଗୁରୁତ୍ୱ ଦେଉଥିବା ଜଣା ପଡିଥିଲା ବୋଲି କହିଛନ୍ତି । ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ ଉଚ୍ଚ ସାମାଜିକ ଓ ଅର୍ଥନୈତିକ ବର୍ଗର ବ୍ୟକ୍ତି ମାନେ ଯୋଗାଭ୍ୟାସ ନିମନ୍ତେ ବିଶେଷ ଆଗ୍ରହ ଦେଖାଉ ନାହା"ି ତେବେ ଯେଉଁମାନେ ଯୋଗ କରୁଛ"ି ସେମାନେ ଶାରୀରିକ ଭାବେ ସୁସ୍ଥ ଅଛନ୍ତି ଏବଂ ଭୁବନେଶ୍ୱରରେ ୪୯ ପ୍ରତିଶତ ଡାକ୍ତର ତାଙ୍କ ରୋଗୀ ମାନଙ୍କୁ ଶାରୀରିକ ବ୍ୟାୟାମ ଭାବେ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଉଛନ୍ତି ।
ବୈଦିକ ଯୁଗରେ ଯୋଗର ଉତ୍ପତି ହୋଇଥିବା ବେଳେ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘରେ ସୁସ୍ଥତା ଓ ଜନକଲ୍ୟାଣ ନିମନ୍ତେ ଯୋଗର ଉପଯୋଗୀତା ଉପରେ ଗୁରୁତ୍ୱାରୋପ କରିବା ପରେ ସାରା ବିଶ୍ୱରେ ଏହା ପରିବ୍ୟାପ୍ତ ହୋଇଥିଲା ଏହା ଛଡ଼ା ଜୁନ ୨୧ ତାରିଖକୁ ବିଶ୍ୱ ଯୋଗ ଦିବସ ଭାବେ ପାଳନ କରାଯାଉଛି ।
‘ଫିଟ ଇଣ୍ଡିଆ' କାର୍ଯ୍ୟକ୍ରମରେ ଯୋଗ କୁ ଅନ୍ୟତମ ଶାରୀରିକ ଅଭ୍ୟାସ ଭାବେ ଉଦ୍ଧିଷ୍ଟ କରାଯାଇଛି । କୋଭିଡ ମହାମାରୀ ସାରା ମାନବ ସମାଜକୁ ସ୍ତବ୍ଧ କରିରଖିଥିବା ବେଳେ କୋଭିଡ ପରବର୍ତୀ ଚିକିତ୍ସାରେ ଯୋଗର ଏକ ପ୍ରମୁଖ ଭୂମିକା ରହୁଛି ଏବଂ ଏ ଦିଗରେ ସଚେତନତାର ଅ ।ବଶ୍ୟକତା ରହିଛି ।
ଆଠଟି ଯୋଗାଭ୍ୟାସ ମଧ୍ୟରୁ ଅ ।ସନ, ପ୍ରାଣାୟାମ ଏବଂ ଧ୍ୟାନ ଯୋଗର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସ ହୋଇଥିବା ବେଳେ ଅନେକ କ୍ଷେତ୍ରରେ କେବଳ ଅ ।ସନ କୁ ହିଁ ଯୋଗ ଭାବେ ଗଣା ଯାଉଛି । ତେବେ ଯୋଗାଭ୍ୟାସ ମଣିଷର ଉଭୟ ଶରୀର ଓ ମନ ଉପରେ ପ୍ରଭାବ ପକାଉ ଥିବା ସ୍ପଷ୍ଟ ଉଚ୍ଚ ରକ୍ତ ·ପ, ମଧୁମେହ, ବିଭିନ୍ନ ଯକୃତ ଜନିତ ସମସ୍ୟା, ଆଣ୍ଠୁଗଣ୍ଠି ସମସ୍ୟା, ଯନ୍ତ୍ରଣା, ଏବଂ ମାନସିକ ସମସ୍ୟାର ଉପ·ର ନିମନ୍ତେ ମଧ୍ୟ ଯୋଗ ଏକ ପ୍ରକୃଷ୍ଟ ମାଧ୍ୟମ । ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ସୁସ୍ଥ ହେବା ନିମେ" ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତେକ ଦିନ ୩୦ ମିନିଟ ର ବ୍ୟାୟାମ ନିମନ୍ତେ ପରାମର୍ଶ ଦିଅ ।ଯାଇଥିବା ବେଳେ ଯୋଗ ଏକ ଉକ୍ରୃଷ୍ଟ ମାଧ୍ୟମ ବୋଲି ଏହି ରିପୋର୍ଟ ରେ ଉଲ୍ଲେଖ କରାଯାଇଛି ।
Powered by Froala Editor