ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଚରଣ ମାଝୀ
ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ଫଳାଫଳ ଗତ ୪ ତାରିଖ ଦିନ ଆସିଲା ପରେ ରାଜ୍ୟବାସୀ ଯେଉଁ ଘୋଷଣାକୁ ଅପେକ୍ଷା କରିଥିଲେ, ତାହା ପ୍ରକାଶ ପାଇଛି। ବିଜେପି ରାଜ୍ୟରେ ମୋହନ ଚରଣ ମାଝୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି । ମୋହନ ମାଝୀ କେନ୍ଦୁଝରରୁ ବିଧାୟକ ହୋଇଛନ୍ତି। ରାଜ୍ୟରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ସେମାନେ ହେଲେ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା। ବିଜେପି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି କ୍ରମେ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଛି ବୋଲି ରାଜନାଥ ସିଂ କହିଛନ୍ତି। ଏଥି ସହିତ ଓଡ଼ିଶା ଇତିହାସରେ ଏକ ନୂଆ ପୃଷ୍ଠା ଯୋଡ଼ି ହୋଇଯାଇଛି।
ୟୁପି-ମଧ୍ୟ ପ୍ରଦେଶ-ଛତିଶଗଡ଼ ପରି ଓଡ଼ିଶାରେ ମଧ୍ୟ ବିଜେପି ଏକ ମୁଖ୍ୟମନ୍ତ୍ରୀ ଏବଂ ଦୁଇଟି ଉପମୁଖ୍ୟମନ୍ତ୍ରୀ ଫର୍ମୁଲା ଲାଗୁ କରିଛି । ଓଡ଼ିଶାର ଦୁଇଟି ଉପମୁଖ୍ୟମନ୍ତ୍ରୀ ହେବେ, ଯେଉଁଥିରେ ଜଣେ ମହିଳା ଅଛନ୍ତି । ପ୍ରଭାତୀ ପରିଡ଼ା ଏବଂ କନକ ବର୍ଦ୍ଧନ ସିଂହଦେଓ ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ ।
ମୋହନ ଚରଣ ମାଝୀଙ୍କ ବିଷୟରେ ..
ମୋହନ ଚରଣ ମାଝୀଙ୍କ ଜନ୍ମ ୬ ଜାନୁଆରୀ ୧୯୭୨ରେ କେନ୍ଦୁଝରରେ ଜନ୍ମ ଗ୍ରହଣ କରିଥିଲେ । ସେ ଅନୁସୂଚୀତ ଜନଜାତି ସଂପ୍ରଦାୟର ଅଟନ୍ତି ଏବଂ ସେ ଡା.ପ୍ରିୟଙ୍କା ମରାଣ୍ଡିଙ୍କ ସହ ବିବାହ କରିଛନ୍ତି । ସେ ନିଜ ରାଜନୈତିକ କ୍ୟାରିୟରର ସରପଞ୍ଚ (୧୯୯୭-୨୦୦୦) ରୁ ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୦ ମସିହାରେ ପ୍ରଥମ ଥର ବିଧାୟକ ପାଇଁ ନିର୍ବାଚନ ଲଢିଥିଲେ ଏବଂ ବିଜୟ ହାସଲ କରିଥିଲେ ।
୫୨ ବର୍ଷୀୟ ମୋହନ ଚରଣ ମାଝୀ ଚାରିଥର ବିଧାୟକ ହୋଇଛନ୍ତି । ସେ ୨୦୦୦ରୁ ୨୦୦୯ ବର୍ଷ ପର୍ଯ୍ୟନ୍ତ ଦୁଇଥର କେନ୍ଦୁଝରର ପ୍ରତିନିଧିତ୍ୱ କରିଛନ୍ତି । ଏହାପରେ ମୋହନ ଚରଣ ମାଝୀ ୨୦୧୯ରେ ବିଜେପି ଟିକେଟରେ କେନ୍ଦୁଝରରୁ ନିର୍ବାଚନ ଲଢିଥିଲେ ଏବଂ ବିଜୟୀ ହୋଇଥିଲେ । ୨୦୨୪ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ନେତା ମୋହନ ଚରଣ ମାଝୀ ବିଜୁ ଜନତା ଦଳର ମୀନା ମାଝୀଙ୍କୁ ୧୧ ହଜାର ୫୭୭ ଭୋଟରେ ପରାଜିତ କରି କେନ୍ଦୁଝର ସିଟରେ ବିଜୟ ହାସଲ କରିଥିଲେ । ବିଜେପି ତାଙ୍କୁ ରାଜ୍ୟ ଆଦିବାସୀ ମୋର୍ଚ୍ଚାର ସଭାପତି କରିଥିଲା । ଏହା ବ୍ୟତୀତ ସେ ରାଜ୍ୟ ଏସଟି ମୋର୍ଚ୍ଚାର ମହାସଚିବ ଏବଂ ୨୦୦୫ରୁ ୨୦୦୯ ପର୍ଯ୍ୟନ୍ତ ସରକାରୀ ଡେପୁଟି ଚିଫ୍ ୱିପ୍ ମଧ୍ୟ ରହିଛନ୍ତି ।
Powered by Froala Editor