ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ
ଭୁବନେଶ୍ୱର: ଭି.କେ ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ। ଭୁବନେଶ୍ୱର ୟୁନିଟ ୬ରେ ଥିବା କ୍ୱାର୍ଟର ନଂ ଭିଆଇଆର ୭ର ଆଗରେ କରାଯାଇଥିବା ବ୍ୟାରିକେଡକୁ ହଟାଇ ଦିଆଯାଇଛି।
ବିଜେଡି ସରକାର କ୍ଷମତାରେ ଥିବାବେଳେ ପାଣ୍ଡିଆନଙ୍କ ବାସଭବନ କଡ଼ା ସୁରକ୍ଷା ବଳୟ ଭିତରେ ଥିଲା। ସୁରକ୍ଷାକର୍ମୀ ରାତିଦିନ ଜଗି ରହୁଥିଲେ। କ୍ୱାର୍ଟରକୁ ଜଗି ରହିଥିବା ସୁରକ୍ଷାକର୍ମୀ ସେହି ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଟିଏ ମିନିଟ୍ ସେଠାରେ ଠିଆ ହେବାକୁ ଅନୁମତି ଦେଉ ନଥିଲେ।।ପାଣ୍ଡିଆନଙ୍କ ବାସଭବନକୁ ସୁରକ୍ଷା ଦେବା ପାଇଁ ସର୍ବସାଧାରଣ ରାସ୍ତାରେ ବ୍ୟାରିକେଡ ମଧ୍ୟ କରାଯାଇଥିଲା। ଏନେଇ ଅଭିଯୋଗ ଆସିବା ପରେ ଏହି ବ୍ୟାରିକେଡକୁ ଆବଶ୍ୟକ ସ୍ଥଳେ ଖୋଲା ଯାଉଥିଲା ଓ ଏହାକୁ ବନ୍ଦ କରି ଦିଅଯାଉଥିଲା। ବ୍ୟାରକେଡ ପାଖରେ ପୁଲିସ ମଧ୍ୟ ଜଗି ରହୁଥିଲେ। ତେବେ ବିଜେଡି ସରକାର କ୍ଷମତାରୁ ହଟିବା ପରେ ଏବେ ପଣ୍ଡିଆନଙ୍କ ଘର ଆଗରୁ ବ୍ୟାରିକେଡ୍ ହଟାଯାଇଛି। ତାଙ୍କ ବାସଭବନରେ ଆଗରେ ମଧ୍ୟ ଆଉ ପୁଲିସ ଛାଉଣୀ ନାହାନ୍ତି।
Powered by Froala Editor