ନିଟ୍ରେ ହେରଫେର ଅଭିଯୋଗ : ୬୭ ଜଣ ପିଲାଙ୍କ ସମାନ ମାର୍କ
ନିଟ ପରୀକ୍ଷାରେ ହେରଫେର କରି ପରୀକ୍ଷାର୍ଥୀଙ୍କୁ ମାର୍କ ଦିଆଯାଇଛି। ଏଥିପାଇଁ ପୂରା ଦେଶରେ ୬ଟି କେନ୍ଦ୍ରର ୬୭ ଜଣ ପିଲା ୧ନଂ ରାଙ୍କରେ ରହିବା ସହ ସମାନ ମାର୍କ ପାଇଛନ୍ତି। ଏପରି ହେରଫେର ଯୋଗୁ ଯୋଗ୍ୟ ଆଶାୟୀମାନେ ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ କରିବା ପରେ ବିବାଦ ବଢ଼ିଛି।
ବିବାଦ ବଢ଼ୁଥିବାରୁ ନିଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଉପରେ ଏନଟିଏ ଡିଜି ସୁବୋଧ କୁମାର ସିଂହ କହିଛନ୍ତି ଯେ ପରୀକ୍ଷାରେ କୌଣସି ବଡ଼ ଧରଣର ବିଶୃଙ୍ଖଳା ହୋଇନାହିଁ। ୧୬୦୦ ଛାତ୍ରଛାତ୍ରୀଙ୍କ ଅଭିଯୋଗ ମାମଲା ରହିଛି। ୪ ଜଣିଆ କମିଟି ଏହାର ତଦନ୍ତ କରିବ। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଶୁଣିବା ପରେ ନିଷ୍ପତ୍ତି ନିଆଯିବ। ଏଥିସହ ପରୀକ୍ଷା ପ୍ରଶ୍ନ ପତ୍ର କୌଣସି ପ୍ରକାରର ଲିକ ହୋଇ ନାହିଁ ବୋଲି ସଫେଇ ଦେଇଛନ୍ତି।
ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ଏନଟିଏ ମୁଖ୍ୟ ଆହୁରି କହିଛନ୍ତି ଯେ ଏଜେନ୍ସିରେ ଥିବା ଅଧିକାରୀମାନେ ସବୁ କଥାକୁ ବିଶ୍ଲେଷଣ କରିଛନ୍ତି ଓ ଜାଣିବାକୁ ପାଇଛନ୍ତି ସବୁ ବିବାଦ/ସମସ୍ୟା କେବଳ ୬ଟି ପରୀକ୍ଷା କେନ୍ଦ୍ରରେ ସୀମିତ।
Powered by Froala Editor