ସ୍ନାନଯାତ୍ରା ପାଇଁ ପୁରୀରେ ଲାଗିଲା ୧୪୪ ଧାରା
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ଆସନ୍ତା ୨୩ ତାରିଖ ରାତି ୧୦ ଘଟିକାରୁ ୨୫ ତାରିଖ ଭୋର ୨ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । କେବଳ ଅନୁମତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ କାହାରିକୁ ପ୍ରବେଶାନୁମତି ଦିଆଯିବ ନାହିଁ । ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରିଛନ୍ତି । ଏହି ଆଦେଶର ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବଡ଼ଦାଣ୍ଡ ମାର୍କେଟ ଛକଠାରୁ କାକୁଡ଼ିଖାଇ ଛକ, ମରିଚିକୋଟ ଛକରୁ ଲବଣିଖିଆ ଛକ, ଜେନାରୀଗଛ ଛକ ଦେଇ ଲବଣିଖିଆ ଛକଠାରୁ ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ୧୪୪ ଧାରା ହୋଇଛିସେଠାରୁ ଭୋଗଯାଗା ଓ ଖୁଣ୍ଟିଆ ସାହି ଛକ ଦେଇ ଜହ୍ନିମୁଣ୍ଡିଆ ଛକଠାରୁ ବାଲିସାହି, ବାଲିସାହି କଦମ୍ବଗଡ଼ ଛକ ଦେଇ ଖୁଣ୍ଟିଆ ସାହି ଛକଠାରୁ ସୁଦର୍ଶନ ଗେଷ୍ଟ ହାଉସ, ବରାହୀ ଓ ପଞ୍ଚୁଆତି ଛକ ଦେଇ ସୁଦର୍ଶନ ଗେଷ୍ଟ ହାଉସ୍ ଛକଠାରୁ ହରଚଣ୍ଡୀ ସାହି ମାଛହାଟ ଛକ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି। ସେଠାରୁ ଶୀତଳ ପିଣ୍ଡା ଓ ବାରବାଟୀ ଯାଗା ଦେଇ ମାଛହାଟ ଛକଠାରୁ ଲୋକନାଥ ରୋଡ୍ ବୃଷଭ ଛକ, ବୃଷଭ ଛକଠାରୁ ଛପନ ଛକ, ମଙ୍ଗଳାଘାଟ ମାଳିକା ଛକ, ବାଲିସ୍କୁଲ୍ ମିଶ୍ର ସାହି ଓ ସାତବଖରା ଜାଗା ଦେଇ ପାଣ୍ଡ ଯାଗା, ଚୁଡ଼ଙ୍ଗ ସାହି, ବାନାମ୍ବର ଛକ, ଶନି ମନ୍ଦିର ଓ ଇଣ୍ଡିଆନ୍ ବ୍ୟାଙ୍କ ଛକ ଦେଇ ମରିଚିକୋଟ ଛକ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି।
Powered by Froala Editor