ଅଂଶୁଘାତରେ ଗଲାଣି ୩୬ ଜୀବନ
ଭୁବନେଶ୍ୱର: ଚଳିତ ଗ୍ରୀଷ୍ମ ଋତୁରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ଗଲାଣି ୩୬ ଜଣଙ୍କ ଜୀବନ । ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି)ଙ୍କ କାର୍ୟ୍ୟାଳୟ ପକ୍ଷରୁ ବୁଧବାର ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।ଏଥିରେ କୁହାଯାଇଛି, ଚଳିତ ଗ୍ରୀଷ୍ମ ଋତୁରେ ୧୫୧ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି। ଜୁନ୍ ୪ ତାରିଖ ପର୍ୟ୍ୟନ୍ତ ୧୪୯ଟି ଅଭିଯୋଗ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୨ଟି ମାମଲା ଆସିଥିଲା। ଯାଞ୍ଚ ପରେ ୩୬ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇସାରିଛି। ୩୧ ଜଣଙ୍କର ଅଂଶୁଘାତ ଯୋଗୁ ମୃତ୍ୟୁ ହୋଇନି। ସେହିଭଳି ଜିଲ୍ଲାସ୍ତରେ ବାକି ୮୪ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲିଛି।
Powered by Froala Editor