ଦଳରୁ ଇସ୍ତଫା ଦେଲେ ଯୋଗାନନ୍ଦ ଦାଶ

ନୀଳଗିରି: ନୀଳଗିରି ବିଧାନସଭାର ସିପିଆଇଏମ ନେତା ତଥା ୨୦୨୪ ନିର୍ବାଚନର ବିଧାୟକ ପ୍ରାର୍ଥୀ ଯୋଗାନନ୍ଦ ଦାଶ ବୁଧବାର ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ନିଜ ସ୍ୱାସ୍ଥ୍ୟଗତ କାରଣରୁ ଦଳରୁ ଇସ୍ତଫା ଦେଇଥିବା ସେ କହିଛନ୍ତି। ଏନେଇ ସେ ଆଜି ଦଳର ବାଲେଶ୍ୱର ଜିଲ୍ଲା ସମ୍ପାଦକଙ୍କୁ ପତ୍ର ଯୋଗେ ଅବଗତ କରିଛନ୍ତି। ସେପଟେ ଗତକାଲି ହୋଇଥିବା ଭୋଟ ଗଣତିରେ ଯୋଗାନନ୍ଦ ମାତ୍ର ୧୪୨୦ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିବା ଯୋଗୁ ସେ ଆଜି ଏଭଳି ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ସେ ଔପଦା ବ୍ଲକ କାଣ୍ଡଗରଡ଼ି ପଞ୍ଚାୟତର ୨ଥର ସରପଞ୍ଚ ଓ ନୀଳଗିରି ନିର୍ବାଚନ ମଣ୍ଡଳୀର ୨ନମ୍ବର ଜୋନରୁ ଜିଲାପରିଷଦ ସଭ୍ୟ ଭାବେ ବିଜୟୀ ହୋଇଥିଲେ। ସେହିପରି ଉକ୍ତ ପଞ୍ଚାୟତରେ ବର୍ଗ ପରିବର୍ତ୍ତନ ହେବାରୁ ସେ ୩ଜଣଙ୍କୁ ସରପଞ୍ଚ ପ୍ରାର୍ଥୀ କରି ବିଜୟ କରାଇଥିବ ବେଳେ ନିଜେ ୨୦୧୯ଓ ୨୦୨୪ରେ ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇ ପ୍ରତିଦ୍ବନ୍ଦ୍ବିତା କରୁଥିଲେ।
Powered by Froala Editor