ନିର୍ବାଚନ ଫଳାଫଳ ପୂର୍ବରୁ ରେକର୍ଡସ୍ତରରେ ସେନସେକ୍ସ
ଏକଜିଟ ପୋଲରେ ମୋଦି ସରକାର ପୁଣି ଫେରୁଥିବା ତଥ୍ୟ ଆସିବା ପରେ ସର୍ବକାଳୀନ ରେକର୍ଡ ଛୁଇଁଛି ସେୟାର ବଜାର। ସପ୍ତାହର ପ୍ରଥମ କାରବାର ଦିନରେ ଭାରତୀୟ ସେୟାର ବଜାର ସୋମବାର ଦିନ ନୂଆ କିର୍ତ୍ତିମାନ ସ୍ଥାପନ କରିଛି । ସେନସେକ୍ସ ଓ ନିଫଟି ସବୁ ରେକର୍ଡକୁ ପାର କରିଛି। ସକାଳୁ ସେୟାର ବଜାର ଖୋଲୁ ଖୋଲୁ ଏକାଥରେ ସେନସେକ୍ସ ୨୫ ଶହ ପଏଣ୍ଟ ଅଧିକରୁ ଓପେନ୍ କରିଛି। ଫଳରେ ୭୫ ହଜାରରୁ ଅଧିକ ରେକର୍ଡ କରିଛି ସେନସେକ୍ସ। ନିଫଟି ବି ୬୦୦ ପଏଣ୍ଟ ଗୋଟିଏ ଥରେ ଡେଇଁବା ଯୋଗୁଁ ୨୩ ହଜାର କ୍ରସ୍ କରିଛି।
ରିପୋର୍ଟ ଲେଖିବା ସମୟରେ ସେନେସକ୍ସ ଏବଂ ନିପ୍ଟ ଏହି ପଏଣ୍ଟରେ କାରବାର କରୁଥିଲା । ଫଳରେ ଆଦାନୀ ପୋର୍ଟସ୍, ଆଦାନୀ ଏଣ୍ଟ୍ରପ୍ରାଇଜସ୍, ପାୱାର୍ ଗ୍ରୀଡ, ଶ୍ରୀରାମ ଫିନାସ୍ ଏବଂ NTPC ଭଳି ବିଭିନ୍ନ କମ୍ପାନିର ସେୟର୍ ‘ଟପ୍ ଗେନର୍’ ରହିଛନ୍ତି। ବଜାର ମୋଦି ସରକାରର ପ୍ରତ୍ୟାବର୍ତ୍ତନକୁ ନେଇ ଆଶାବାଦୀ ଥିବାରୁ ଏଭଳି ବ୍ୟବହାର କରୁଛି ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ମାର୍କେଟ ବିଶେଷଜ୍ଞଙ୍କ ଅନୁସାରେ ମୋଦି ସରକାର ଯଦି ଜୁନ ୪ ତାରିଖରେ ୩୫୦ରୁ ଅଧିକ ଆସନ ପାଏ ତେବେ ସେୟାର ବଜାରରେ ୧୦ ପ୍ରତିଶତ ବୃଦ୍ଧି ଘଟିବ ବୋଲି କହୁଛନ୍ତି । ସେହିଭଳି ଯଦି ମୋଦି ସରକାର ସଂଖ୍ୟାଗରିଷ୍ଠତା ପାଏ ନାହିଁ ତେବେ ବଜାର ୧୦ ପ୍ରତିଶତ ମଙ୍ଗଳବାର ଦିନ ହ୍ରାସ ପାଇପାରେ ବୋଲି ଆଶଙ୍କା ରହିଛି ।ଏହାର ପ୍ରଭାବ ସୁନା ଏବଂ ରୂପା ଦରରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।
Powered by Froala Editor