ତାଜ ଏକ୍ସପ୍ରେସରେ ନିଆଁ
ଦିଲ୍ଲୀରୁ ଝାନ୍ସି ଅଭିମୁଖେ ଯାଉଥିବା ତାଜ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଦିଲ୍ଲୀର ଓଖଲା ଓ ତୁଗଲକାବାଦ ଷ୍ଟେସନ ମଧ୍ୟରେ ଏହି ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍ର ୨ଟି ବଗିରେ ନିଆଁ ଲାଗି ଯାଇଥିବା ବେଳେ ଏହାକୁ ଲିଭାଇ ଦିଆଯାଇଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ଦିଲ୍ଲୀ ଅଗ୍ନିଶମ ବାହିନୀର ଜଣେ ଅଧିକାରୀ କହିଛନ୍ତି, ତାଜ୍ ଏକ୍ସପ୍ରେସ୍ ନୂଆଦିଲ୍ଲୀ ରେଳଷ୍ଟେସନରୁ ଝାନ୍ସି ଅଭିମୁଖେ ଯାତ୍ରା ସମୟଠାରୁ ପ୍ରାୟ ୮ ଘଣ୍ଟା ବିଳମ୍ବରେ ବାହାରିଥିଲା। ଏହା ସକାଳ ୬ଟା ୫୫ରେ ଛାଡ଼ିବାର ଥିଲା। କିନ୍ତୁ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ଅପରାହ୍ନ ୩ଟା ୨୪ରେ ନିଆଁ ଲାଗିଯାଇଥିଲା । ନିଆଁ ଡି-୩, ଡି-୪ ଓ ଡି-୨ ନମ୍ବର ବଗିରେ ଲାଗିଥିଲା ।
ଟ୍ରେନ୍ର ଚାରିଟି କୋଚ୍ରେ ନିଆଁ ଲାଗିଥିବା ନେଇ ଅପରାହ୍ନ ୪ଟା ୨୪ ମିନିଟ୍ରେ ଆମେ ଏକ ଫୋନ୍ କଲ୍ ପାଇଥିଲୁ। ଏହା ପରେ ୮ଟି ଦମକଳ ଗାଡ଼ିକୁ ସେଠାକୁ ପଠାଯାଇଥିଲା। ଅଗ୍ନିକାଣ୍ଡରେ ୨ଟି ବଗି ପୋଡ଼ି ପାଉଁଶ ହୋଇଯାଇଛି। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଫସି ନଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଅଗ୍ନିକାଣ୍ଡ ଯୋଗୁଁ ଏହି ରୁଟରେ ପାଖାପାଖି ୪ଟି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।
Powered by Froala Editor