ଚୋରି କରିବାକୁ ପଶିଥିଲା, ଏସି ଲଗାଇ ଶୋଇପଡିଲା ଚୋର

ଉତ୍ତର ପ୍ରଦେଶ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଡାକ୍ତରଙ୍କ ଘରେ ଚୋରି କରୁ କରୁ ଶୋଇ ପଡ଼ିଲା ଚୋର। ଆଉ ଆଖି ଖୋଲିଲା ବେଳକୁ ଚୋର ଜଣକ ସିଧାସଳଖ ଥାନା ହାଜତକୁ ଯାଇଛି।
ଲକ୍ଷ୍ନୌର ଇନ୍ଦିରା ନଗରରେ ଡା. ସୁନୀଲ ପାଣ୍ଡେ ରହୁଥିଲେ। ମାତ୍ର ବାରଣାସୀକୁ ବଦଳି ହୋଇ ଯାଇଥିବାରୁ ସେ ପରିବାର ସହ ସେଠାକୁ ଚାଲି ଯାଇଥିଲେ। ତାଙ୍କ ଘର ତାଲା ପଡ଼ୁଥିବା ବେଳେ କପିଲ ନାମକ ଚୋର ଏହାକୁ ଟାର୍ଗେଟ କରିଥିଲେ। ଡା.ସୁନୀଲ ପାଣ୍ଡେଙ୍କ ଘରେ ରବିବାର ରାତିରେ ନିଶାସକ୍ତ ଅବସ୍ଥାରେ ତାଲା ଭାଙ୍ଗି ଚୋର ଘର ଭିତରକୁ ପଶିଲା । ସେଠାରେ ବିଭିନ୍ନ ପ୍ରକାର ଜିନିଷ ଚୋରି କରି ନିଜ ପାଖରେ ରଖିଥିଲା । ଏଥିସହ ଆଲମାରିରୁ ଟଙ୍କା, ଗହଣା ମଧ୍ୟ ଚୋରି କରିଥିଲା। ମାତ୍ର ଚୋରି କରୁ କରୁ ଏସି ପଙ୍ଖା ଚଲାଇ ସେହିଠାରେ ଶୋଇପଡିଲା ।
ସକାଳୁ ସ୍ଥାନୀୟ ଲୋକେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଡାକ୍ତର ପାଣ୍ଡେଙ୍କ ଘର ଖୋଲାଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଭିତରକୁ ଯାଇ ଜିନିଷ ଛିନଚତ୍ର ହୋଇ ପଡ଼ିଥିବା ବେଳେ ଚଟାଣରେ ଜଣେ ଯୁବକ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସ୍କୁ ଫୋନ୍ କରିଥିଲେ। ଏହାପରେ ସୁନୀଲ ଆଖି ଖୋଲିବା ପରେ ତାଙ୍କୁ ଧରି ଥାନାକୁ ଆଣିଥିଲା ପୁଲିସ୍।
Powered by Froala Editor