ସଂକ୍ରମିତ କଡ୍ନୀ ବଦଳରେ ଭଲ କିଡ୍ନୀ ବାହାର କରିଦେଲେ ଡାକ୍ତର
ଜଣେ ମହିଳାଙ୍କ ପେଟରୁ ଖରାପ କିଡନୀ ବଦଳରେ ସୁସ୍ଥ କିଡନୀ କାଢ଼ି ନେଇଛନ୍ତି ଡାକ୍ତର। ଏହି ମାମଲାକୁ ନେଇ ଏବେ ସବୁଆଡ଼େ ଜୋର ଧରିଛି । ରାଜସ୍ଥାନ ଝୁନ୍ଝୁନ୍ର ମହିଳାଙ୍କ ପରିବାର ଡାକ୍ତରଙ୍କ ନାମରେ ଗୁରୁତର ଅଭିଯୋଗ ଅଣିଛନ୍ତି।
ସୂଚନା ଅନୁସାରେ, ନୂଆ ଭିଲେଜ ଅଞ୍ଚଳର ୩୦ ବର୍ଷୀୟ ଇଦ୍ ବାନୋ କିଡ୍ନୀ ରୋଗରେ ପୀଡ଼ିତ ହୋଇଥିଲେ। ଏନେଇ ସେ ଅପରେଶନ ପାଇଁ ଧନଖର ହସ୍ପିଟାଲ ଯାଇଥିଲେ। ଆବଶ୍ୟକ ପରୀକ୍ଷା ପରେ ଡାକ୍ତର ଧନଖର ତାଙ୍କର ଡାହାଣ ପାର୍ଶ୍ୱ କିଡ୍ନୀ ଖରାପ ଥିବା ଜଣାଇଥିଲେ । ତୁରନ୍ତ ଏହାକୁ ଅପରେସନ କରି ବାହାର କକିବାକୁ କହିଥିଲେ। ବାନୋଙ୍କ ପରିବାର ଏନେଇ ସମ୍ମତି ଦେବା ପରେ ଡାକ୍ତର ଅପରେଶନ କରିଥିଲେ।
ହେଲେ ଅପରେଶନ ଦୁଇ ଦିନପରେ ବାନୋଙ୍କ ଦେହ ପୁଣି ଖରାପ ହେବାରୁ ସେ ପୁଣି ଉକ୍ତ ହସ୍ପିଟାଲକୁ ଆସିଥିଲେ। ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ଜୟପୁର ହସ୍ପିଟାଲକୁ ରେଫର କରିଦେଇଥିଲେ। ଏପରିକି ଅପରେସନ କଥା କାହାକୁ ନ ଜଣାଇବାକୁ କହିଥିଲେ। ପରେ ସେ ସୱାଇମାନ ସିଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ପରିବାର ଧନଖର ଖରାପ କିଡନୀ ବଦଳରେ ଭଲ କିଡନୀ କାଢ଼ିନେଇଥିବା ଜାଣିବାକୁ ପାଇଥିଲେ।
ସର୍ଜରୀ ପରିବର୍ତ୍ତେ ରୋଗୀଙ୍କ କିଡନୀ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଶରୀରରୁ ସଂକ୍ରମିତ କିଡନୀ ବାହାର କରିବା ପରିବର୍ତ୍ତେ ସୁସ୍ଥ ଥିବା କିଡନୀ ବାହାର କରି ନେଇଥିଲେ ଡାକ୍ତର । ତେବେ ଏହି କିଡନୀ ଶରୀରରୁ ବାହାର କରିବା ପରେ କ’ଣ ହେଲା? ସେ ନେଇ ଏପର୍ଯ୍ୟନ୍ତ କିଛି ଜଣା ପଡ଼ିନାହିଁ । ତେବେ ଏନେଇ ବାନୋଙ୍କ ସ୍ବାମୀ ଡାକ୍ତରଙ୍କ ନାମରେ ମାମଲା ଦାଏର କରିଛନ୍ତି।
ଅଭିଯୋଗକୁ ଖର୍ଡନ କରିଛନ୍ତି ବାନୁଙ୍କ ଚିକିତ୍ସା କରିଥିବା ଡାକ୍ତର ସଞ୍ଜୟ ଧନକର । କିଡନୀ ବାନୁଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ସେ ପ୍ରକାଶ କରିଛନ୍ତି । ଏହାର ଏକ ଭିଡିଓ ମଧ୍ୟ ରେକର୍ଡ ହୋଇଛି । ଏହି ଘଟଣାରେ ମୁଖ୍ୟସ୍ବାସ୍ଥ୍ୟ ଅଧିକାରୀ ୫ ଜଣିଆ ଟିମ୍ ଗଠନ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।
Powered by Froala Editor