ଠେଲା ଗଲା, ହାର୍ ନମାନି ନିଜସ୍ୱ ଦୋକାନ ଖୋଲିଲେ ବଡ଼ାପାୱ ଗାର୍ଲ

ଦୀର୍ଘ ଦିନର ସଂଘର୍ଷ ପରେ ନିଜସ୍ୱ ଦୋକାନ ଖୋଲିଛନ୍ତି ଦିଲ୍ଲୀର ଭାଇରାଲ ବଡାପାୱ ଗାର୍ଲ । ବଡ଼ା ପାୱ ଗାର୍ଲଙ୍କ ବାସ୍ତବ ନାମ ଚନ୍ଦ୍ରିକା ଗେରା ଦୀକ୍ଷିତ ରହିଛି। ଯିଏକି ଦିଲ୍ଲୀରେ ନିଜର ଏକ ଠେଲା ଲଗାଇ ବଡ଼ା ପାୱ ବିକ୍ରି କରୁଥିଲେ।
ଚନ୍ଦ୍ରିକା ଯେଉଁ ସ୍ଥାନରେ ଠେଲା ଲଗାଉଥିଲେ ସେଠାରେ ଭିଡ଼ ଜମୁଥିବାରୁ ଯାତାୟାତରେ ଅସୁବିଧା ହେଉଥିଲା ସେଥିପାଇଁ ସେ ଆଉ ଉକ୍ତ ସ୍ଥାନରେ ଠେଲା ଲଗାଇ ବିକ୍ରି କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ହୋଇଥିଲା। ଏଥିପାଇଁ ବଡ଼ା ପାୱ ଗାର୍ଲଙ୍କୁ ଅନେକ ସମସ୍ୟାର ସାମ୍ନା ବି କରିବାକୁ ପଡ଼ିଥିଲା। କିନ୍ତୁ ସେ ହାର ମାନି ନଥିଲେ। ଏହି ସମୟରେ ତାଙ୍କର ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ସ୍ବାମୀଙ୍କ ସମର୍ଥନରେ ସେ ଦିଲ୍ଳୀାୀ ନିକଟରେ ତାଙ୍କର ନିଜସ୍ବ ବଡ଼ା ପାୱ ଦେକାନ ଖୋଲିଛନ୍ତି। ତାଙ୍କ ଦୋକାନ ଉଦଘାଟନୀ ସମୟରେ ଚନ୍ଦ୍ରିକା କୌଣସି ବଲିଉଡ ହିରୋଇନଙ୍କ ଠାରୁ କମ ଲାଗୁ ନଥିଲେ। ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ଭାଇରାଲ ହେବାପରେ କିଛିଲୋକ ତାଙ୍କ ପୋଷାକ ପରିଧାନକୁ ନେଇ ଟ୍ରୋଲ କରୁଥିବା ବେଳେ ଆଉ କିଛିଲୋକ ତାଙ୍କୁ ଶୁଭକାମନା ଜଣାଇଛନ୍ତି। ଏହାପରେ ସେ କହିଛନ୍ତି ଯେ, ପରିଶ୍ରମ କରି ଏତିକି ବାଟ ଆସିବା କିଛି ସଂଘର୍ଷଠୁ କମ୍ ନୁହେଁ । ଯିଏ ଟ୍ରୋଲ କରୁଛି କରୁ । କିନ୍ତୁ ପରିଶ୍ରମ କରିଛି ଆଗକୁ ଏହା ଜାରି ରହିବ ବୋଲି ଚନ୍ଦ୍ରିକା କହିଛନ୍ତି ।
Powered by Froala Editor