ଜୟା ସେଟ୍ଟୀ ହତ୍ୟା ମାମଲାରେ ଛୋଟା ରାଜନକୁ ଆଜୀବନ ଜେଲ

୨୦୦୧ ମସିହାରେ ହୋଟେଲ ବ୍ୟବସାୟୀ ଜୟା ସେଟ୍ଟୀଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମୁମ୍ବାଇର ସ୍ପେଶାଲ କୋର୍ଟ । ଗୁରୁବାର ସ୍ୱତନ୍ତ୍ର ବିଚାରପତି ଏଏମ୍ ପାଟିଲ ରାଜନଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜୟା ସେଟ୍ଟୀ ମଧ୍ୟ ମୁମ୍ବାଇର ଗୋଲ୍ଡେନ୍ କ୍ରାଉନ୍ ହୋଟେଲର ମାଲିକ ଥିଲେ। ୨୦୦୧ ମେ ୪ ତାରିଖରେ ରାଜନଙ୍କ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟ ସେଟ୍ଟୀଙ୍କୁ ଗୁଳି କରି ହତ୍ୟା କରିଥିଲେ ।
କୋର୍ଟ ଆଇପିସିର ବିଭିନ୍ନ ଦଫାରେ ୨୩ ବର୍ଷ ତଳର ହତ୍ୟା ମାମଲାରେ ତାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦକ୍ଷିଣ ମୁମ୍ବାଇର ଗୋଲଡେନ କ୍ରାଉନ ହୋଟେଲ ଓ ବାର୍ର ମାଲିକ ହେଉଛନ୍ତି ଜୟା ସେଟ୍ଟୀ। ତାଙ୍କ ସହ ଛୋଟା ରାଜନର ତିକ୍ତତା ଚାଲିଥିଲା। ୨୦୦୧ ମସିହା ମେ ୪ ତାରିଖରେ ରାଜନର ଦୁଇ ଜଣ ଶୁଟର ହୋଟେଲ ପରିସରରେ ପ୍ରବେଶ କରିଥିଲେ। ଏହାପରେ ଉପର ଫ୍ଲୋରରେ ସେମାନେ ଜୟା ସେଟ୍ଟୀଙ୍କୁ ହତ୍ୟା କରିଥିଲେ। ହତ୍ୟା ପୂର୍ବରୁ ସେଟ୍ଟୀଙ୍କୁ ରାଜନର ସହଯୋଗୀମାନେ ବଟି ଦେବାକୁ ଧମକ ଦେଉଥିଲେ। ଏଥିପାଇଁ ତାଙ୍କୁ ପୁଲିସ୍ ସୁରକ୍ଷା ମିଳିଥିଲା। ତେବେ ପୁଲିସ୍ ସୁରକ୍ଷା ହଟିବାର ୨ ମାସ ପରେ ତାଙ୍କୁ ହତ୍ୟା କରାଯାଇଥିଲା।
ଏହାପୂର୍ବରୁ ସାମ୍ବାଦିକ ଜେ ଦେଙ୍କ ହତ୍ୟା ମାମଲାରେ ମଧ୍ୟ ରାଜନକୁ ଆଜୀବନ ଜେଲଦଣ୍ଡ ମିଳିଥିଲା। ୨୦୧୧ ମସିହା ଜୁନ ୧୧ରେ ସାମ୍ବାଦିକ ଦେଙ୍କୁ ଦିବାଲୋକରେ ହତ୍ୟା କରାଯାଇଥିଲା।
Powered by Froala Editor