ଗେମିଂ ଜୋନ୍ ଅଗ୍ନିକାଣ୍ଡରେ ମାଲିକଙ୍କ ମୃତ୍ୟୁ, ଡିଏନ୍ଏରୁ ସ୍ପଷ୍ଟ
ଗୁଜରାଟର ରାଜକୋଟରେ ଏକ ଟିଆର୍ପି ଗେମିଂ ଜୋନ୍ରେ ଭୀଷଣ ଅଗ୍ନିକାଣ୍ଡ ଘଟି ୯ ଶିଶୁଙ୍କ ସମେତ ୨୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ଏହି ୨୮ଜଣକ ମଧ୍ୟରେ ଗେମିଂ ଜୋନ୍ର ମାଲିକମାନଙ୍କ ମଧ୍ୟରୁ ଜଣେ ଥିଲେ ବୋଲି ଜଣାପଡ଼ିଛି। ମୃତକଙ୍କ ନାମ ପ୍ରକାଶ ହିରନ।
ତାଙ୍କ ପାଖରେ ଗେମ୍ ଜୋନ୍ର ୬୦%ରୁ ଅଧିକ ସମ୍ପତ୍ତିର ମାଲିକାନା ଥିଲା। ନିଆଁ ଲାଗିବା ପରେ ତାଙ୍କୁ ଶେଷଥର ଲାଗି ସିସିଟିଭି ଫୁଟେଜ୍ରେ ଦେଖାଯାଇଥିଲା। ଏହାପରେ ତାଙ୍କ ସହ ସମ୍ପର୍କ ଛିନ୍ନ ହୋଇଥିଲା। ସିସିଟିଭି ଫୁଟେଜରେ ତାଙ୍କ ଉପସ୍ଥିତି ଜଣାପଡ଼ିବା ପରେ ପୋଡି ଯାଇଥିବା ମୃତଦେହ ଭିତରେ ତାଙ୍କୁ ଖୋଜାଯାଇଥିଲା। ପରେ ମା’ଙ୍କ ଡିଏନଏ ନେଇ ପରୀକ୍ଷା କରାଯିବାରୁ ତାଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି।
ଏନେଇ ମଙ୍ଗଳବାର ପୋଲିସ ସ୍ପଷ୍ଟ କରିଛି। ଅଗ୍ନିକାଣ୍ଡରେ ଯେଉଁ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା, ସେମାନଙ୍କ ମଧ୍ୟରୁ ଜଣେ ପ୍ରକାଶ ହିରେନ ଥିଲେ ବୋଲି ପୋଲିସ କହିଛି।
Powered by Froala Editor