ପରିବାରର ୮ ଜଣଙ୍କୁ କୁରାଢ଼ିରେ ହାଣିଲା, ନିଜେ ଗଛରେ ଝୁଲିଗଲା

ମଧ୍ୟପ୍ରଦେଶ ଛିନ୍ଦୱାଡା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗୋଟିଏ ପରିବାରର ୮ ଜଣଙ୍କ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇଦେଇଛି। ଘରର ମୁଖିଆ ଏହି ହତ୍ୟାକାଣ୍ଡ ଭିଆଇବା ପରେ ଆତ୍ମହତ୍ୟା କରିଛନ୍ତି। ବ୍ୟକ୍ତିଜଣକ ଘରଠୁ ଶହେ ଦୂରରେ ଏକ ଗଛରେ ନିଜେ ଝୁଲି ପଡ଼ିଛନ୍ତି।ଏହି ହୃଦୟ ବିଦାରକ ଘଟଣା ମାହୁଲଝିର ଥାନା ଅନ୍ତର୍ଗତ ବୋଦଲ କଛର ଗାଁରେ ଘଟିଛି। ମାହୁଲଝିର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ହତ୍ୟାକାଣ୍ଡର କାରଣ କ’ଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ସୂଚନା ଅନୁଯାୟୀ ପରିବାରର ମୁଖିଆ ନିଜ ମା, ବାପା, ଭାଇ, ଭାଉଜ, ଏବଂ ପିଲାମାନଙ୍କୁ ହତ୍ୟା କରିଛି। ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିଲା । ଏସ୍ପିଙ୍କ ସୂଚନା ଅନୁଯାୟୀ, ହତ୍ୟା ଅଭିଯୁକ୍ତଜଣକ ପରିବାରର ସଦସ୍ୟ ହୋଇଥିବା ବେଳେ ଦୀର୍ଘ ଦିନ ହେବ ମାନସିକ ରୋଗରେ ପୀଡ଼ିତ ଥିଲେ। ଗତ ରାତିରେ ସେ ଏକ କୁରାଢ଼ି ସାହାଯ୍ୟରେ ନିଜ ଭାଇ, ଭାଉଜ, ପତ୍ନୀଙ୍କ ସମେତ ୮ ଜଣଙ୍କୁ ଆଖି ବୁଜି ହାଣି ଦେଇଥିଲେ। ଫଳରେ ଘରେ ଛଟପଟ ହୋଇ ସମସ୍ତଙ୍କ ଜୀବନ ଚାଲିଗଲା। ଘଟଣା ପରେ ପୂରା ଗାଁକୁ ସିଲ୍ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ।
Powered by Froala Editor