୩ କ୍ୟୁଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ,୨ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଲୁହା ରଡ୍ ତଳେ ରଖି ଗଞ୍ଜେଇ ଚାଲାଣ କରିବା ବେଳେ ପୁଲିସ ୩ କ୍ୟୁଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିଛି। ଏପରି ଘଟଣା ଘଟିଛି। ପୁଲିସ ଏହି ଘଟଣାରେ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମଧ୍ୟପ୍ରଦେଶର ବିଜୟ ଗାୱଲେ ଏବଂ ବିନୋଦ ମାଂଝୀ।
ଗତକାଲି ବୌଦ୍ଧ ଜିଲ୍ଲା କଂଟାମାଳ ଅଂଚଳରୁ ଏକ ଟ୍ରକରେ ଲୁଡା ରଡ୍ ବୋଝେଇ ହୋଇଆସୁଥିଲା। ହେଲେ ଏହି ଲୁହା ରଡ୍ ତଳେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୋନପୁର ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଯୋଜନା ମୁତାବକ ସୋନପୁର ପୁଲିସ କୁଂଜ ଛକରେ ଛପି ରହିଥିଲା। ଟ୍ରକ୍ ପହଞ୍ଚିବା ପରେ ତାକୁ ଅଟକାଇ ଯାଞ୍ଚ କରିଥିଲା ପୁଲିସ। ପରେ ଟ୍ରକରୁ କ୍ୟୁଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିଥିଲା। ଏହି ଗଞ୍ଜେଇ ମଧ୍ୟପ୍ରଦେଶ ଚାଲାଣ ହେଉଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
Powered by Froala Editor