ଖୁସି ଅଛନ୍ତି ଦୀପିକା : ବେବିବମ୍ପ ଦେଖାଇ ଫଟୋ ସୁଟ
![ଖୁସି ଅଛନ୍ତି ଦୀପିକା : ବେବିବମ୍ପ ଦେଖାଇ ଫଟୋ ସୁଟ](https://odishanewslens.com/news_gallery/30270_1716668266.jpg)
ପ୍ରଥମ ସନ୍ତାନର ମା' ହେବାକୁ ଯାଉଛନ୍ତି ଦୀପିକା ପାଦୁକୋନ। ସେ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ପ୍ରଶଂସକଙ୍କ ପାଇଁ ତାଙ୍କର ନୂଆ ଫଟୋସୁଟ୍ର ଚିତ୍ର ଶେୟାର କରିଛନ୍ତି। ତାଙ୍କ ମୁହଁରେ ଥିବା ଗ୍ଲୋ ସ୍ପଷ୍ଟ ଦେଖାଯାଉଛି। ଭିଡିଓରେ ତାଙ୍କ ବେବିବମ୍ପ ବି ନଜର ଆସୁଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଫେବୃଆରୀ ୨୯ ରେ ଗର୍ଭବତୀ ଥିବା ଘୋଷଣା କରିବାବେଳେ ଦୀପିକା ପାଦୁକୋନ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ ଯେ ପ୍ରସବ ତାରିଖ ସେପ୍ଟେମ୍ବରରେ ହେବ। ଏହା ପରେ ପ୍ରଶଂସକ ଏବଂ ସେଲିବ୍ରେଟିମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହା ପରେ ଅଭିନେତ୍ରୀଙ୍କୁ ଅନେକ ସମୟରେ ଦେଖିବାକୁ ମିଳିଥିଲା। ଯେଉଁଠାରେ ତାଙ୍କ ବେବୀବମ୍ପ୍ ଦୃଶ୍ୟମାନ ହେଉ ନଥିଲା। ନିକଟରେ ଯେତେବେଳେ ସେ ଭୋଟ୍ ଦେବା ପାଇଁ ମୁମ୍ବାଇରେ ସ୍ୱାମୀ ରଣବୀର ସିଂହଙ୍କ ସହ ନଜର ଆସିଥିଲେ, ସେତେବେଳେ ତାଙ୍କ ବେବୀ ବମ୍ପ୍ ସ୍ପଷ୍ଟ ନଜର ଆସିଥିଲା।
କିନ୍ତୁ କେତେକ ୟୁଜର୍ସ ତାଙ୍କୁ କଟାକ୍ଷ କରିଥିଲେ । ଏପରିକି ବେବି ବମ୍ପ ନକଲି ବୋଲି କହିଥିଲେ । ଯାହାର ଜବାବରେ ଦୀପିକା ଏହି ଭିଡିଓ ଦ୍ୱାରା ସ୍ପଷ୍ଟ କରିଛନ୍ତି ।
Powered by Froala Editor