ମିମିକ୍ରି ଆର୍ଟିଷ୍ଟ ଫିରୋଜଙ୍କ ଦେହାନ୍ତ, ଅମିତାଭଙ୍କ ନକଲ ପାଇଁ ଥିଲେ ଜଣାଶୁଣା
ଭାବି ଜୀ ଘର ପର୍ ହୈ’ର ଅଭିନେତା ଫିରୋଜ ଖାନ୍ ଆଉ ନାହାନ୍ତି । ଉତ୍ତରପ୍ରଦେଶର ବଦାଉଁରେ ହୃଦଘାତରେ ଫିରୋଜଙ୍କର ମୃତ୍ୟୁ ହୋଇଯାଇଛି। ଫିରୋଜ ଖାନ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଅନୁକରଣ(ମିମିକ୍ରି) ପାଇଁ ମଧ୍ୟ ଜଣାଶୁଣା । ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କୁ ଅନୁକରଣ କରୁଥିବା ତାଙ୍କର ଅନେକ ଭିଡିଓ ଅଛି ।
ରିପୋର୍ଟ ଅନୁଯାୟୀ ଏହି ଅଭିନେତା କିଛି ଦିନ ଧରି ପାଇଁ ବଦାଉଁ ଥିଲେ। ଏଠାରେ ସେ କିଛି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେ ସୋସିଆଲ ମିଡିଆରେ ଅଭିନୟର ଭିଡିଓ ସେୟାର କରୁଥିଲେ। ଫିରୋଜଙ୍କ ବିୟୋଗ ନେଇ ତାଙ୍କର ଜଣେ ବନ୍ଧୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଥିଲେ । ତାଙ୍କ ଦେହାନ୍ତ ଖବର ଶୁଣି ଅଭିନେତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଫିରୋଜ ‘ଭାବି ଜୀ ଘର ପର ହୈ’, ‘ଜୀଜା ଜୀ ଚାହଦ ପର ହୈ’ ପରି ଅନେକ ଟିଭି ଶୋ’ରେ ଅଭିନୟ କରି ବେଶ୍ ପରିଚିତି ହାସଲ କରିଥିଲେ । ବିଗ୍ ବି ଅମିତାଭ ବଚ୍ଚନଙ୍କୁ ନକଲି କରି ସେ ବେଶ୍ ପ୍ରଶଂସା ସାଉଁଟିଥିଲେ । ଏଥିସହିତ ବିଶିଷ୍ଟ ଗାୟକ ଆଦନାନ ସାମିଙ୍କ ସୁପରହିଟ୍ ସଙ୍ଗ ‘ଥୋଡ଼ୀ ସିୀ ତୁ ଲିଫ୍ଟ କରା ଦେ’ରେ ଅଭିନୟ କରିଥିଲେ ଫିରୋଜ । କିଛିଦିନ ତଳେ ଫିରୋଜ ଅମିତାଭଙ୍କ ‘କୁଲି’ ଫିଲ୍ମର ଚରିତ୍ର ପରି ଡ୍ରେସ ପରିଧାନ କରି ଇନଷ୍ଟାଗ୍ରାମରେ ଏକ ରିଲ୍ ଶେୟାର କରିଥିଲେ ।
Powered by Froala Editor