୩୫୦ କୋଟି ହୀରା ହାର ପିନ୍ଧି ଚମକିଲେ ପ୍ରିୟଙ୍କା
ଇଟାଲିର ରୋମ୍ଠାରେ ଆୟୋଜିତ ବୁଲଗେରି ଏଟର୍ନା ଜୁଏଲାରୀ ଫ୍ୟାଶନ ଇଭେଣ୍ଟରେ ପ୍ରୟଙ୍କା ଚୋପ୍ରାଙ୍କର ଯାଦୁ ଦେଖିବାକୁ ମିଳିଛି। ବୁଲଗେରି ଏହାର ନୂତନ ଅଳଙ୍କାର ଫଟୋ ପ୍ରିୟଙ୍କାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛି। ଏହି ଫଟୋଗୁଡ଼ିକରେ ପ୍ରିୟଙ୍କା ବୁଲଗେରିର ଡାଏମଣ୍ଡ ନେକ୍ଲେସ୍ ପିନ୍ଧିଛନ୍ତି। ସେ ଛୋଟ କେଶ ଏବଂ କଳା-ଧଳା ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଫଟୋଗୁଡ଼ିକରେ ପ୍ରିୟଙ୍କା ବୁଲଗେରିର ସବୁଠୁ ଭଲ ଏଥରନା ହୀରା ହାର ପିନ୍ଧିଥିବାର ନଜର ଆସିଛନ୍ତି।
ବିଳାସବହୁଳ ଗହଣା ବ୍ରାଣ୍ଡ୍ ବୁଲଗେରିର ୧୪୦ତମ ବାର୍ଷିକୀ ଅବସରରେ ପ୍ରିୟଙ୍କାଙ୍କ ନୂଆ ଲୁକ୍ ସବୁରି ଧ୍ୟାନ ଆକର୍ଷଣ କରିଥିଲା । ମୁଖ୍ୟ ଆକର୍ଷଣ ଥିଲା ସେ ପିନ୍ଧିଥିବା ସରପେନ୍ତି ଏଟର୍ନା ହାର, ଯାହା ବୁଲ୍ଗାରିର ମାଷ୍ଟର୍ପିସ୍ । ହାରରେ ୧୪୦ କ୍ୟାରେଟ୍ର ହୀରା ଖଚିତ ହୋଇଛି, ଯାହା ଏହି ବିଶ୍ୱପ୍ରସିଦ୍ଧ ଗହଣା ବ୍ରାଣ୍ଡ୍ର ଏପର୍ଯ୍ୟନ୍ତର ଅନ୍ୟତମ ସବୁଠୁ ମୂଲ୍ୟବାନ କୃତି। ହାରଟିକୁ ପ୍ରସ୍ତୁତ କରିବା ଲାଗି ୨,୮୦୦ ଘଣ୍ଟା ଲାଗିଥିଲା। ଏଥିରେ ୨୦ କ୍ୟାରେଟ୍ କଞ୍ଚା ହୀରା ଲାଗିଛି, ଯାହାକୁ ୭ଟି ମୋଟି ଆକୃତିରେ କଟାଯାଇଛି । ହାରରେ ୬୯୮ ବାଗୁଟ୍ଟି ହୀରା ଲାଗିଛି, ଯାହାର ମୋଟ୍ ଓଜନ ୬୧.୮୧ କ୍ୟାରେଟ୍ । ଏହିଭଳି ଭାବେ ହାରରେ ମୋଟ୍ ୧୪୦ କ୍ୟାରେଟ୍ ହୀରା ଖଚିତ ହୋଇଛି । ଏହାର ମୂଲ୍ୟ ୪୩ ମିଲିଅନ୍ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟରେ ୩୫୦ କୋଟି ଟଙ୍କାରୁ ଅଧିକ ।
Powered by Froala Editor