ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଜିଲା ସଭାପତି ଦାୟିତ୍ଵ

ଭୁବନେଶ୍ଵର: ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ବୁଝାଇସୁଝାଇ ଘରକୁ ଫେରାଇ ଆଣିଛି ବିଜୁ ଜନତା ଦଳ। ବୁଧବାର ଦଳରୁ ଇସ୍ତଫା ଦେଇଥିବା ଜ୍ୟୋତିପ୍ରକାଶ ବିଜେଡିକୁ ବାହୁଡ଼ିବା ସହ ଦଳ ପକ୍ଷରୁ ତାଙ୍କୁ ନୂଆ ଦାୟିତ୍ଵ ଦିଆଯାଇଛି। ତାଙ୍କୁ ବାଲେଶ୍ଵର ଜିଲା ସଭାପତି ପଦ ଦେଇଛି ଦଳ। ଗୁରୁବାର ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଅଶ୍ଵିନୀ କୁମାର ପାତ୍ରଙ୍କୁ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।
Powered by Froala Editor