ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

ଭୁବନେଶ୍ବର : ଓଡ଼ିଶାର ତୃତୀୟ ପର୍ଯ୍ୟାୟ ଏବଂ ସାମଗ୍ରିକ ଭାବେ ଦେଶର ଷଷ୍ଠ ପର୍ଯ୍ୟାୟ ମତଦାନ ମେ’ ୨୫ରେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଥିବା ବେଳେ ଆଜି ସନ୍ଧ୍ୟା ୫ଟାରେ ପ୍ରଚାର ସରିବ। ଏହି ପର୍ଯ୍ୟାୟରେ ପୁରୀ, ଭୁବନେଶ୍ବର, କଟକ, କେନ୍ଦୁଝର, ସମ୍ବଲପୁର ଏବଂ ଢେଙ୍କାନାଳ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଗ୍ରହଣ କରାଯିବ। ମତଦାନ ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ସମ୍ପୃକ୍ତ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ହୋଇଛି। ଆଜିଠାରୁ ବୁଥ ଅଭିମୁଖେ ପୋଲିଂ କର୍ମଚାରୀ ନିର୍ବାଚନ ସାମଗ୍ରୀ ଧରି ବାହାରିବେ ବୋଲି ଜଣାପଡିଛି।
Powered by Froala Editor