ବିଜେଡି ଛାଡ଼ିଲେ ଏହି ହେଭିୱେଟ ନେତା

ଭୁବନେଶ୍ୱର: ବିଜେଡି ଛାଡ଼ିଲେ ପୁଣି ଜଣେ ହେଭିୱେଟ ନେତା । ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡିକୁ ବାଏ ବାଏ କହିଛନ୍ତି। ନିଜ ଭିଡିଓ ବାର୍ତ୍ତାରେ ଏନେଇ ସୂଚନା ଦେଇଛନ୍ତି ଖୋଦ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ନିଜ ଇସ୍ତଫାପତ୍ର ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଦେଇଛନ୍ତି।
ଚଳିତ ନିର୍ବାଚନରେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରିବର୍ତ୍ତେ ବିଜେଡି ସୁବାସିନୀ ସାହୁଙ୍କୁ ସିମୁଳିଆ ଆସନ ପାଇଁ ଟିକେଟ ଦେଇଛି। ଏହାକୁ ଖୋଦ ଜ୍ୟୋତିପ୍ରକାଶଙ୍କ ସମେତ ତାଙ୍କ ସମର୍ଥକମାନେ ସହଜେ ଗ୍ରହଣ କରି ପାରୁ ନ ଥିଲେ। ଫଳରେ ଗତ କିଛି ଦିନ ଧରି ଦଳୀୟ କାର୍ୟ୍ୟକ୍ରମରୁ ଦୂରେଇ ରହୁଥିବା ଜ୍ୟୋତିପ୍ରକାଶ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦେଇଛନ୍ତି।
ଜ୍ୟୋତିପ୍ରକାଶ ପାଣିଗ୍ରାହୀ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସଂସ୍କୃତି ବିଭାଗ ସମ୍ଭାଳୁଥିଲେ। ନିଜ ଅଞ୍ଚଳରେ ତାଙ୍କର ଭଲ ଦବଦବା ଥିବା ବେଳେ କ’ଣ ପାଇଁ ଏଥର ତାଙ୍କ ଟିକେଟ କଟିଛି ସେ ନେଇ କିଛି ସ୍ପଷ୍ଟ ଉତ୍ତର ମିଳି ପାରିନି। ତେବେ ଏବେ ତାଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ, ସେ ଆଗାମୀ ଦିନରେ କେଉଁ ରାଜନୈତିକ ଦଳରେ ଯୋଗ ଦେବେ ତାହା ଉପରୁ ପରଦା ହଟାଇ ନାହାନ୍ତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।
Powered by Froala Editor