ଭାରତରେ କରୋନା ନୂଆ ଭାରିଆଣ୍ଟ
ସିଙ୍ଗାପୁରରେ ଆତଙ୍କ ସୃଷ୍ଟି କରିଥିବା କରୋନା ନୂଆ ଭାରିଆଣ୍ଟର ସଂକ୍ରମଣ ମାମଲା ଭାରତରେ ମଧ୍ୟ ଦେଖିବାକୁ ମିଳିଛି। ଭାରତରେ କରୋନା ମାମଲା ଉପରେ ନଜର ରଖୁଥିବା ଭାରତୀୟ ସାର୍ସକୋଭ୍-୨ ଜେନୋମିକ୍ସ କନ୍ସୋର୍ଟିୟମ୍ (ଇନସାକଗ୍)ର ତଥ୍ୟରେ ଏହା ପ୍ରକାଶ ପାଇଛି । ତଥ୍ୟ ଅନୁଯାୟୀ, ଭାରତରେ କରୋନା ଭାରିଆଣ୍ଟ କେପି-୧ର ୩୪ଟି ଏବଂ କେପି-୨ର ୨୯୦ଟି ମାମଲା ପଞ୍ଜିକରଣ ହୋଇଛି। ଅଫିସିଆଲି ସୂଚନା ଅନୁସାରେ, ଭାରତରେ କୋଭିଡ-୧୯ର ନୂଆ ଭାରିଆଣ୍ଟ କେପି-୨ର ୨୯୦ ମାମଲା ଓ କେପି-୧ର ୩୪ ଟି ମାମଲାର ସ୍ପଷ୍ଟ କରାଯାଇଛି।
ହେଲେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଜଡ଼ିତ ଏକ ସୂତ୍ର ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛି ଯେ, ଏସବୁ ଜେଏନ-୧ର ସବ୍ ଭାରିଆଣ୍ଟ। ଏହା ଲୋକଙ୍କ ପାଇଁ ଖୁବ୍ ଘାତକ ନୁହେଁ । ଏଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ। ଏବେ ସୁଦ୍ଧା କୌଣସି ରୋଗୀଙ୍କ ଠାରେ ଗୁରୁତର ଲକ୍ଷଣ ଦେଖା ଯାଇ ନାହିଁ। ହସ୍ପିଟାଲ ଗୁଡିକରୁ ଏହି ନୂଆ ଭାରିଆଣ୍ଟରେ ସଂକ୍ରମିତ ଲୋକଙ୍କ ସାମ୍ପଲ ନିଆ ଯାଇଛି, ଯାହାର ଯାଞ୍ଚ କରାଯାଉଛି।
ଉଲ୍ଲେଖନୀୟ ଯେ, ଭାରତରେ ଏହି ନୂଆ ଭାରିଆଣ୍ଟ କେପି.୧ର ମୋଟ ୩୪ଟି ମାମଲା ଏବେସୁଦ୍ଧା ମିଳିଛି, ଯେଉଁଥିରେ ୨୩ଟି ମାମଲାର ସ୍ପଷ୍ଟ କେବଳ ପଶ୍ଚିମବଙ୍ଗରେ କରାଯାଇଛି।
Powered by Froala Editor