ଝଡ଼ତୋଫାନରେ ଥରିଲା ବିମାନ : ଜଣେ ଯାତ୍ରୀ ମୃତ, ୩୦ ଆହତ
ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ଏକ ବିମାନ ଝଡ଼ତୋଫାନରେ ପ୍ରଭାବିତ ହୋଇଥିବା ବେଳେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହାପରେ ବିମାନଟିକୁ ବ୍ୟାଙ୍କକରେ ଜରୁରୀ କାଳୀନ ଅବତରଣ କରିବାକୁ ପଡ଼ିଥିଲା। ବିବିସି ରିପୋର୍ଟ ଅନୁଯାୟୀ, ବିମାନରେ ୨୧୧ ଜଣ ଯାତ୍ରୀ ଓ ୧୮ ଜଣ କ୍ରୁ ମେମ୍ବର ଥିଲେ। ବିମାନଟି ବ୍ୟାଙ୍କକରେ ଅବତରଣ କରିବା ପରେ ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଏଭଳି ଏୟାର ଷ୍ଟର୍ମକୁ ଏୟାର ଟର୍ବୁଲାନ୍ସ କୁହାଯାଏ ଏବଂ ବେଳେବେଳେ ସେଥିରେ ଫସି ଯାଇ ଯାତ୍ରୀବାହୀ ବିମାନକୁ କ୍ଷତି ପହଞ୍ଚାଇଥାଏ । ଏହି ବିମାନଟି ମଧ୍ୟ ଏୟାର ଟର୍ବୁଲାନ୍ସରେ ଫସିଯିବା କୁହାଯାଉଛି ।
ଏୟାରଲାଇନ୍ସର ବିବୃତି ଅନୁଯାୟୀ, ଏହି ବୋଇଂ ୭-୩୦୦ ଇଆର୍ ବିମାନରେ ୨୧୧ ଜଣ ଯାତ୍ରୀ ଥିଲେ । ଏପରିକି ଏହି ବିମାନରେ ୧୮ ଜଣ କ୍ରୁ ସଦସ୍ୟ ଥିଲେ । ଏହି ଏୟାର ଟର୍ବୁଲାନ୍ସରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇଛି ସିଙ୍ଗାପୁର ଏୟାରଲାଇନ୍ସ ।
Powered by Froala Editor