ଆରବ ୧୫ ବର୍ଷରେ ଘର ଛାଡ଼ି ଦେଇଥିଲେ, ମୁଁ ସହମତ ନଥିଲି କିନ୍ତୁ...

ବଲିଉଡ୍ ଅଭିନେତା ଅକ୍ଷୟ କୁମାର ପ୍ରୋଫେଶନାଲ ଏବଂ ପର୍ସନାଲ ଲାଇଫ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ କ୍ରିକେଟର ଶିଖର ଧାୱନଙ୍କ ଟକ୍ ଶୋରେ ନଜର ଆସିଥିଲେ। ଏହି ଶୋରେ ସେ ତାଙ୍କ ପିଲାମାନଙ୍କ ବିଷୟରେ ବହୁତ କିଛି କହିଥିଲେ। କଥାବାର୍ତ୍ତା ବେଳେ ଅକ୍ଷୟ କହିତିଲେ ପୁଅ ଆରବ ଫିଲ୍ମର ଅଂଶ ହେବେ ନାହିଁ।
ଅଭିନେତା କହିଛନ୍ତି ତାଙ୍କ ପୁଅ ଆରବ ମାତ୍ର ୧୫ ବର୍ଷ ବୟସରେ ଘର ଛାଡିଥିଲେ। ପୁଅର ଏହି ନିଷ୍ପତ୍ତିରେ ଅକ୍ଷୟ ସହମତ ନଥିଲେ। ଅକ୍ଷୟ କହିଛନ୍ତି, “ମୋ ପୁଅ ଲଣ୍ଡନର ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛି। ସେ ୧୫ ବର୍ଷ ବୟସରେ ଘର ଛାଡିଥିଲା। ସେ ପାଠ ପଢିବାକୁ ବହୁତ ଭଲପାଏ ଏବଂ ଏକାକୀ ରହିବାକୁ ଚାହୁଁଥିଲା। ଘରୁ ଦୂରରେ ରହିବା ତାର ନିଷ୍ପତ୍ତି ଥିଲା। ଯଦିଓ ମୁଁ ତାକୁ ଦୂରକୁ ପଠାଇବାକୁ ଚାହୁଁନଥିଲି। କିନ୍ତୁ ମୁଁ ତାକୁ ଅଟକାଇ ନ ଥିଲି କାରଣ ମୁଁ ନିଜେ ୧୪ ବର୍ଷ ବୟସରେ ଘରୁ ବାହାରି ଆସିଥିଲି। ”
ଆରବକୁ ପ୍ରଶଂସା କରି କହିଛନ୍ତି, “ସେ ନିଜର ପୋଷାକ ନିଜେ ସଫା କରେ। ସେ ଭଲ ରୋଷେଇ କରେ ଏବଂ ନିଜ ବାସନ ଧୁଏ। ସେ ମହଙ୍ଗା ପୋଷାକ କିଣିବାକୁ ଚାହେଁ ନାହିଁ । ବରଂ, ଶସ୍ତା ପୋଷାକ କିଣିବାକୁ ସେ ସେକେଣ୍ଡ ହ୍ୟାଣ୍ଡ ଷ୍ଟୋରକୁ ଯାଏ। କାରଣ ସେ ଜିନିଷ ନଷ୍ଟ କରିବାକୁ ଚାହେଁ ନାହିଁ। ” ଅଭିନେତା ଆହୁରି କହିଛନ୍ତି ଯେ ସେ କୌଣସି ଜିନିଷ ପାଇଁ ପୁଅ ଉପରେ ଚାପ ପକାନ୍ତି ନାହିଁ। ଆରାବ ଫ୍ୟାଶନ ପ୍ରତି ଆଗ୍ରହୀ କିନ୍ତୁ ସିନେମାର ଅଂଶ ହେବାକୁ ଚାହେଁନାହିଁ।
Powered by Froala Editor