ଓଡ଼ିଶାର କଳା, ସଂସ୍କୃତିର ସୁରକ୍ଷା ପାଇଁ ବିଜେପି ସରକାର ଆବଶ୍ୟକ: ଅମିତ ଶାହ

ସମ୍ବଲପୁର: ପୁଣି ଥରେ ଆଜି ଓଡ଼ିଶା ଆସିଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ। ଅଇଁଠାପାଲି ପିଏଚଡି ପଡିଆରେ ଆୟୋଜିତ ନିର୍ବାଚନ ସଭାରେ ଅମିତ ଶାହ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଶାହ କହିଛନ୍ତି ଯେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ସରିଗଲାଣି, ମୋଦୀ ୩ଶହ ପାର କରିସାରିଲେଣି। ସପ୍ତମ ପର୍ଯ୍ୟାୟ ପରେ ୪ଶହ ପାର ହୋଇଯାଇଥିବ। ଓଡ଼ିଶାରେ ବି ପଦ୍ମ ଫୁଟିବା ଦରକାର। ଓଡ଼ିଶାର କଳା, ସଂସ୍କୃତିର ସୁରକ୍ଷା ପାଇଁ ବିଜେପି ସରକାର ଆବଶ୍ୟକ। ଓଡ଼ିଶା ସରକାର ପାଇକ ବିଦ୍ରୋହକୁ ଭୁଲିବାକୁ ବ୍ୟବସ୍ଥା କରୁଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହ ସ୍ମରଣରେ ସ୍ୱତନ୍ତ୍ର ମୁଦ୍ରା ପ୍ରଚଳନ କରିଛନ୍ତି। ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି ବୋଲି ସିଧାସଳଖ ଶାହ କହିଛନ୍ତି। ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଖୁଲାସା ହେବ। ଏହାସହିତ ୧୮ମାସରେ ଚିଟଫଣ୍ଡ ଦୋଷୀଙ୍କୁ ଜେଲରେ ପୁରାଇବୁ ବୋଲି କହିଛନ୍ତି ଶାହ।
Powered by Froala Editor